ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

୭ରାଜ୍ୟର ୧୩ବିଧାନସଭା ସିଟରେ ଉପନିର୍ବାଚନ... ୧୦ ଜୁଲାଇରେ ପୁଣି ଦେଖାଯିବ ଏନଡିଏ ଏବଂ ଇଣ୍ଡିଆ ବ୍ଲକର ଟକ୍କର

ନୂଆଦିଲ୍ଲୀ,୬/୭ : ଲୋକସଭା ନିର୍ବାଚନ ପରେ ଦେଶ ସାରା ଭିନ୍ନ ଭିନ୍ନ ରାଜ୍ୟ ଭଳି ବିଧାନସଭା ସିଟରେ ୧୦ଜୁଲାଇରେ ଉପନିର୍ବାଚନ ହେବ । ଯେଉଁ ସିଟରେ ଉପନିର୍ବାଚନ ହେବ ସେଥିରୁ କିଛି ସିଟ୍ ଲୋକସଭା ନିର୍ବାଚନ ପରେ ଖାଲି ହୋଇଛି । ଏହା ଏଥିଲାଗି କି କେତେକ ବିଧାୟକ ସଂସଦୀୟ ନିର୍ବାଚନରେ ଭାଗ ନେବା ଲାଗି ବିଧାୟକ ପଦ ଛାଡ଼ିଥିଲେ, ପରେ ଏହି ବିଧାନସଭା ସିଟ୍ ଖାଲି ହୋଇଯାଇଛି । ସେହିଭଳି କେତେକ ବିଧାୟକଙ୍କ ନିଧନ ପରେ ବିଧାନସଭା ସିଟ୍ ଖାଲି ହୋଇଯାଇଛି । ଯେଉଁଥିପାଇଁ ନୂତନ ବିଧାୟକ ଚୟନ ଲାଗି ଉପନିର୍ବାଚନ କରାଯିବ ।

ପ୍ରକାଶ ଯେ, ୧୦ଜୁଲାଇରେ ବିହାରର ଗୋଟିଏ, ପଶ୍ଚିମବଙ୍ଗରେ ୪, ତାମିଲନାଡ଼ୁରେ ୧, ମଧ୍ୟପ୍ରଦେଶରେ ୧, ଉତ୍ତରାଖଣ୍ଡରେ ୨, ପଞ୍ଜାବର ୧, ହିମାଚଳର ୩ସିଟରେ ମତଦାନ ହେବ । ଏହି ସିଟରେ ଉପନିର୍ବାଚନର ନୋଟିଫିକେଶନ ୧୪ଜୁନରେ ଜାରି ହୋଇଥିଲା । ନାମାଙ୍କନର ଶେଷ ତାରିଖ ୨୧ଜୁନ୍ ରହିଥିଲା ଏବଂ ସ୍କ୍ରୁଟିନି ବି ୨୪ଜୁନରେ ହିଁ ହୋଇସାରିଛି । ନାମାଙ୍କନ ଫେରସ୍ତ ନେବା ଲାଗି ଶେଷ ତାରିଖ ୨୬ଜୁନ ଧାର୍ଯ୍ୟ କରାଯାଇଥିଲା । ଏହି ସବୁ ପ୍ରକ୍ରିୟା ପରେ ଏବେ ୧୦ଜୁଲାଇରେ ଭୋଟିଂ ହେବାକୁ ଅଛି, ଯାହାର ଫଳାଫଳ ୧୩ଜୁଲାଇରେ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.