ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ମଙ୍ଗଳର ୨୦ କିମି ତଳେ ଜଳ ଭଣ୍ଡାର

ନୂଆଦିଲ୍ଲୀ, ୧୪/୦୮ : ମଙ୍ଗଳ ମାଟି ତଳେ ପାଣି । ଏକ ସଦ୍ୟ ଅଧ୍ୟୟନ ଏହା ସ୍ପଷ୍ଟ କରିଛି । ନାସାର ମାର୍ସ ଇନ୍‌ସାଇଟ୍‌ ଲ୍ୟାଣ୍ଡର୍‌ର ତଥ୍ୟରୁ ଏହି ପ୍ରମାଣ ମିଳିଛି । ମଙ୍ଗଳ ଗ୍ରହ ପୃଷ୍ଠର ବହୁ ଗଭୀରରେ ତରଳ ଅବସ୍ଥାରେ ଜଳ ରହିଥିବା ଲ୍ୟାଣ୍ଡର୍‌ ପ୍ରମାଣ ଦେଇଛି । ଏହି ପ୍ରମାଣ ମଙ୍ଗଳରେ ଜୀବନ ଅନ୍ୱେଷଣକୁ ଆଗକୁ ବଢ଼ାଇଛି । ଏଥିସହିତ ଗ୍ରହର ପ୍ରାଚୀନ ମହାସାଗରଗୁଡ଼ିକ କିଭଳି ଉଭାନ୍‌ ହୋଇଗଲା, ତା’ ଉପରେ ବି ଆଲୋକପାତ କରିଛି । 

୨୦୧୮ ମସିହାରୁ ଇନ୍‌ସାଇଟ୍‌ ଲ୍ୟାଣ୍ଡର୍‌ ମଙ୍ଗଳ ଗ୍ରହରେ ଅଛି । ସେଠାରେ ଦୀର୍ଘ ୪ ବର୍ଷ ଧରି ଭୂକମ୍ପ ତଥ୍ୟକୁ ମାପିଛି । ଭୂକମ୍ପ କିଭଳି ଗ୍ରହର ପୃଷ୍ଠକୁ ଦୋହଲାଇଥିଲା ଏବଂ ପୃଷ୍ଠ ତଳେ କି କି ଉପକରଣ ଓ ତତ୍ତ୍ୱ ରହିଥିଲା, ତାହା ମଧ୍ୟ ପରୀକ୍ଷା କରିଛି । ଏହାର ତଥ୍ୟ ଆଧାରରେ ବୈଜ୍ଞାନିକମାନେ ମଙ୍ଗଳ ପୃଷ୍ଠର ଖୁବ୍‌ ଗଭୀରରେ ତରଳ ଅବସ୍ଥାରେ ଜଳ ଠାବ କଲେ । ଜୀବନ ପାଇଁ ଜଳ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଭୂବୈଜ୍ଞାନିକ ଅଧ୍ୟୟନ ଦର୍ଶାଇଛି, ୩୦୦ କୋଟିରୁ ଉର୍ଦ୍ଧ୍ୱ ବର୍ଷ ପୂର୍ବେ ମଙ୍ଗଳ ପୃଷ୍ଠରେ ହ୍ରଦ, ନଦୀ ଓ ମହାସାଗର ଥିଲା । ଅଧ୍ୟୟନରେ ସାମିଲ କାଲିଫର୍ଣ୍ଣିଆ ସାନ୍‌ ଡିଗୋର ସ୍କ୍ରିପ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନୋଗ୍ରାଫିର ଭଶନ୍‌ ରାଇଟ୍‌ କହିଛନ୍ତି, ଆମେ ଜାଣିଛୁ ଯେ ପୃଥିବୀରେ ଯେଉଁଠି ଆର୍ଦ୍ରତା ଓ ଶକ୍ତିର ପର୍ଯ୍ୟାପ୍ତ ଉତ୍ସ ରହିଛି, ପୃଥିବୀ ପୃଷ୍ଠଠୁ ବହୁ ଗଭୀରରେ ମଧ୍ୟ ସୂକ୍ଷ୍ମଜୀବନ ରହିଛି । ତେଣୁ ମଙ୍ଗଳ ଗ୍ରହ ବିଷୟରେ ମିଳିଥିବା ତଥ୍ୟ ଯଦି ଠିକ୍‌, ତେବେ ମଙ୍ଗଳ ମାଟି ତଳେ ଜୀବନ ନିମନ୍ତେ ଆବଶ୍ୟକ ତତ୍ତ୍ୱ ରହିଛି । 

ଅଧ୍ୟୟନ ଅନୁସାରେ, ମଙ୍ଗଳ ପୃଷ୍ଠର ୧୧୧.୫ କିମିରୁ ୨୦ କିମି ଗଭୀରରେ ଫାଟରେ ତରଳ ଅବସ୍ଥାରେ ଜଳର ବିଶାଳ ଭଣ୍ଡାର ରହିଥିବା ଇନ୍‌ସାଇଟ୍‌ ଲ୍ୟାଣ୍ଡର୍‌ ମାପ ଜରିଆରେ ବର୍ଣ୍ଣନା କରିଛି । ଏହାର ତଥ୍ୟରେ ମଙ୍ଗଳ ମାଟି ତଳେ ତରଳ ଜଳର ଯେତିକି ମାତ୍ରା ଅନୁମାନ କରାଯାଇଛି, ପ୍ରାଚୀନ ମଙ୍ଗଳ ମହାସାଗରରେ କଳ୍ପନା କରାଯାଇଥିବା ଜଳର ପରିମାଣଠୁ ତାହା ଅଧିକ । ରାଇଟ୍‌ କହିଛନ୍ତି, ପୃଥିବୀରେ ଭୂତଳ ଜଳ ପୃଷ୍ଠରୁ ଗଭୀରକୁ ଯାଇଛି । ଏହି ପ୍ରକ୍ରିୟା ମଧ୍ୟ ମଙ୍ଗଳ ଗ୍ରହରେ ଘଟିଥିବା ତାଙ୍କର ବିଶ୍ୱାସ । ବର୍ତ୍ତମାନ ତୁଳନାରେ ମଙ୍ଗଳ ପୃଷ୍ଠର ଉଦ୍ଧ୍ୱର୍ (କ୍ରଷ୍ଟ୍‌) ପରସ୍ତ ଅଧିକ ଉଷ୍ଣ ହେବା ପରେ ଏପରି ହୋଇଥିବ ବୋଲି ସେ କହିଛନ୍ତି । ମଙ୍ଗଳ ପୃଷ୍ଠ ତଳେ ଜଳର ସିଧାସଳଖ ଅଧ୍ୟୟନର କୌଣସି ମାର୍ଗ ନାହିଁ । କିନ୍ତୁ ଗବେଷକଙ୍କ କହିବା ଅନୁସାରେ, ଇନ୍‌ସାଇଟ୍‌ ଲ୍ୟାଣ୍ଡର୍‌ର ତଥ୍ୟରୁ ମିଳିଥିବା ପ୍ରମାଣ ମଙ୍ଗଳର ଜଳ ଚକ୍ରକୁ ବୁଝିବାରେ ସହାୟକ ହୋଇଛି । ଅତୀତର ପୃଷ୍ଠ ଜଳ କ’ଣ ହେଲା, ଅତୀତର ଜୀବଜଗତର ଅନ୍ୱେଷଣ ଏବଂ ଭବିଷ୍ୟତ ମିଶନ୍‌ ନିମନ୍ତେ ସଂସାଧନଗୁଡ଼ିକର ଉପଯୋଗର ଆକଳନ ମଧ୍ୟ ସମ୍ଭବ ହୋଇଛି । ପ୍ରୋସିଡିଂସ ଅଫ୍‌ ଦ ନ୍ୟାସନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.