ପ୍ରମୂଖ ଖବର

ଭୋଟ ଦେବାକୁ ଆସିଥିଲା ସ୍ତ୍ରୀ, ବୁଥ ସାମ୍ନାରେ ହାଣିଲା ସ୍ୱାମୀ

ଭଦ୍ରକ,୧।୬  ଭୋଟ ଦେବାକୁ ସ୍ତ୍ରୀ ଆସିଥିବା ବେଳେ ବୁଥ ସାମ୍ନା ରେ ହାଣିଲା ସ୍ୱାମୀ । ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ପାରିବାରିକ କଳହ କୁ ନେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ପଂଚାୟତ ମୁକ୍ତାଡ଼ିହି ଗାଁ ୪ ନମ୍ବର ବୁଥ ସାମ୍ନା ରେ ଏମିତି ଅଭାବନୀୟ ଘଟଣା ଘଟିଛି   । ମୃତକ ଜଣକ ହେଲେ ରଶ୍ମିରେଖା ।

ସୂଚନା ଅନୁଯାୟୀ ରଶ୍ବିରେଖା ତାଙ୍କ ସ୍ୱାମୀ ପ୍ରଭାକର ରାଉତଙ୍କ ସହ କଳହ ପରେ ବାପ ଘରେ ରହୁଥିଲେ । ଭୋଟ ଦେବା ପାଇଁ ଆସିଥିବା ବେଳେ ଲାଇନରେ ଠିଆ ହୋଇଥିଲେ । ସ୍ୱାମୀ ତାଙ୍କୁ ବାହାର କୁ ଡାକିବା ସହ ପୂର୍ବ ଶତ୍ରୁତା ପାଇଁ   ବୁଥ ସାମ୍ନାରେ ମାରଣାସ୍ତ୍ରରେ ଆକ୍ରମଣ କରିଥଲା । ଘଟଣାସ୍ଥଳରେ ରଶ୍ମିରେଖା ଙ୍କର ମୃତ ହୋଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଚି । ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

ଆହୁରି ପଢନ୍ତୁ : ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.