ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ବାର୍ବି ଭଳି ଦିଶିବାକୁ ୪୩ ସର୍ଜରି କରାଇଲେ ମହିଳା, ଚେହେରା ହୋଇଗଲା ଏମିତି

ନୂଆଦିଲ୍ଲୀ ୦୩/୦୪: ସୁନ୍ଦର ଦିଶିବାକୁ କିଏ ବା ନ ଚାହାନ୍ତି । ନିଜର ପ୍ରିୟ ସେଲିବ୍ରିଟିଙ୍କ ଭଳି ଦେଖାଯିବା ଲାଗି ଆଜିକାଲି ବହୁ ଲୋକେ ନିଜର ଲୁକ୍‌ରେ ପରିବର୍ତ୍ତନ ଆଣିବାକୁ କସମେଟିକ୍‌ ସର୍ଜରି କରିବାକୁ ପଛାଉନାହାନ୍ତି । ଏଭଳିକ୍ଷେତ୍ରରେ ଇରାକ୍‌ର ୨୯ ବର୍ଷୀୟା ମହିଳା ଡାଲିୟା ନଇମ୍‌ ଏବେ ଚର୍ଚ୍ଚାରେ ଅଛନ୍ତି । ପ୍ରସିଦ୍ଧ ବାର୍ବି କଣ୍ଢେଇ ଭଳି ଦେଖାଯିବା ଲାଗି ସେ ୪୩ ଥର ନିଜର ଅସ୍ତ୍ରୋପଚାର କରାଇଛନ୍ତି । ଏ ବାବଦରେ ବେଶ୍‌ ମୋଟାଅଙ୍କର ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଛି । 

ଡାଲିୟା ନଇମ୍‌ ବାଗଦାଦ୍‌ର ବାସିନ୍ଦା । ପେସାରେ ସେ ଜଣେ ଅଭିନେତ୍ରୀ ଓ ଉପସ୍ଥାପିକା । ବାର୍ବି ଲୁକ୍‌ ପାଇବା ଲାଗି ସେ ତାଙ୍କର ମୁହଁ, ଆଖି ପତା, ନାକ, ବେକ, ଓଠ ପରି ଶରୀରର ବିଭିନ୍ନ ସ୍ଥାନରେ ଅସ୍ତ୍ରୋପଚାର କରାଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୮ ଲକ୍ଷ ଫଲୋଅର ଅଛନ୍ତି । ସେଥିରେ ସେ ନିୟମିତ ଭାବେ ତାଙ୍କର ବାର୍ବି ଲୁକ୍‌ର ଫଟୋ ଓ ଭିଡିଓକୁ ଅପଲୋଡ୍‌ କରୁଛନ୍ତି । ଡାଲିୟାଙ୍କର ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ପରେ କେହି କେହି ତାଙ୍କୁ ‘ଇରାକର ବାର୍ବି’ ବୋଲି କହୁଛନ୍ତି । ତେବେ ବାର୍ବି ଲୁକ୍‌ ପାଇଁ ନିଜର ଅସ୍ତ୍ରୋପଚାର କରାଇବାରେ ଡାଲିୟା ପ୍ରଥମ ମହିଳା ନୁହନ୍ତି । ଅଷ୍ଟ୍ରେଲିଆର ଜଣେ ୩୩ ବର୍ଷୀୟା ନର୍ସ ବାର୍ବି ଭଳି ଲୁକ୍‌ ପାଇବା ଲାଗି ସର୍ଜରୀ ବାବଦରେ ଭାରତୀୟ ମୁଦ୍ରାରେ ପ୍ରାୟ ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖବରର ଶିରୋନାମା ପାଲଟିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.