ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପିଆଜ କେଜି ୩୦ରେ ବିକି ନିଆରା ଢଙ୍ଗରେ ପ୍ରତିବାଦ କଲେ ମହିଳା କଂଗ୍ରେସ

ଭୁବନେଶ୍ୱର, ୩।୧୧: ଯୁବ ଓ ଛାତ୍ର କଂଗ୍ରେସ ଭଳି ନିଆରା ଢଙ୍ଗରେ ପିଆଜ ବିକ୍ରିର ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ । କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପିଆଜି କେଜି ପ୍ରତି ୩୦ ଟଙ୍କାରେ ବ୍ରିକି କରିଛି । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି କହିଥିଲେ, ରାଜ୍ୟରେ ପିଆଜ ବଜାରରେ ନିଆଁ ଲାଗିଛି । ୨୩ ବର୍ଷର ଏ ଅପରାଗ ସରକାର ପ୍ରତିବର୍ଷ ରାଜ୍ୟର ଖାଉଟିମାନଙ୍କୁ ପିଆଜ ଓ ଆଳୁକୁ ଚଢ଼ା ଦାମରେ ବିକ୍ରି କରାଇ ହନ୍ତସନ୍ତ କରୁଛନ୍ତି । 

ରାଜ୍ୟରେ ୩.୯୫ ଲକ୍ଷ ମେଟ୍ରିକ ଟନ୍‌ ପିଆଜ ଉତ୍ପାଦନ ହେଉଛି ବୋଲି ରାଜ୍ୟ ଉଦ୍ୟାନ ବିଭାଗର ଅଧିକାରୀମାନେ କହୁଥିଲାବେଳେ ରାଜ୍ୟର ଖାଦ୍ୟ ଓ ଯୋଗାଣ ବିଭାଗ ଭିନ୍ନ ତଥ୍ୟ ଦେଉଛନ୍ତି । ରାଜ୍ୟର କୃଷିମନ୍ତ୍ରୀ ବିଧାନସଭାରେ ରାଜ୍ୟର ୩.୭୫ ଲକ୍ଷ ମେଟ୍ରିକ ଟନ ପିଆଜ ଉତ୍ପାଦନ ହେଉଛି ବୋଲି କହୁଛନ୍ତି । ସରକାର ଓଡ଼ିଶା ପିଆଜ ଉତ୍ପାଦନରେ ସ୍ୱାବଲମ୍ୱୀ ବୋଲି କହୁଥିଲାବେଳେ କାହିଁକି ରାଜ୍ୟବାସୀ ପିଆଜ କିଲୋ ପ୍ରତି ୮୦ ଟଙ୍କା ଦେଇ କିଣୁଛନ୍ତି ବୋଲି ଶ୍ରୀମତୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲାକଂଗ୍ରେସ ସଭାପତି ବିଶ୍ୱଜିତ୍‌ ଦାସ, ଶୁଭଦ୍ରା ମିଶ୍ର, ରଶ୍ମି ମହାପାତ୍ର, ଚୈତାଳୀ ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ମାମିନା ବେହେରା, ଜୟଶ୍ରୀ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.