ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସମ୍‌ ହସ୍ପିଟାଲରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର୭/୬: ଶିକ୍ଷା ଓ ଅନୁସନ୍ଧାନ( ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଅଧିନସ୍ଥ ପୋଷ୍ଟ ଗ୍ରାଜୁଏଟ୍‌ ଡିପାର୍ଟମେଂଟ ଅଫ୍‌ ପେଡିଆଟ୍ରିକ୍ସ, ୟୁନିସେଫ୍‌ ଏବଂ ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଗତ ଜୁନ୍‌ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ‘ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପରିବେଶର ପ୍ରଭାବ’ ଶୀର୍ଷକ ଏକ ସିଏମଇ ହାଇବ୍ରିଡ୍‌ ମୋଡ୍‌ରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଆଇଏପି ଭୁବନେଶ୍ୱର ଶାଖାର ସଭାପତି ଡାକ୍ତର ଆଶୁତୋଷ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର (ଡ.) ସଂଘମିତ୍ରା ମିଶ୍ର, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ପ୍ରଫେସର (ଡ.) ମୃତ୍ୟୁଞ୍ଜୟ ଦାସ ଓ ପ୍ରଫେସର (ଡ.) ମମତାଦେବୀ ମହାନ୍ତି, ନ୍ୟାସ୍‌ନାଲ୍‌ ଏନ୍‌ଭାଇରନ୍‌ମେଂଟାଲ୍‌ ଚ୍ୟାପ୍ଟର ବେଙ୍ଗାଲୁରୁ ର ସମ୍ପାଦକ ଡାକ୍ତର ସୋମଶେଖର, ଅହମ୍ମଦାବାଦର ଡାକ୍ତର ମିନୋଲ ଅମିନ୍‌ ଏବଂ ୟୁନିସେଫ୍‌ର ଡାକ୍ତର ବ୍ରଜେଶ ମେରଟା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । 

ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର କାର୍ଯ୍ୟକର୍ତାମାନେ ମଧ୍ୟ ସମ୍‌ ହସ୍ପିଟାଲ୍‌ରେ ବିଶ୍ୱ ପରିବେଶ ଦିବସ ପାଳନ କରିଥିଲେ । ବୋର୍ଡର ଡେପୁଟି ଏନ୍‌ଭାଇରନ୍‌ମେଂଟ ସାଇନ୍‌ଟିଷ୍ଟ ଶ୍ରୀମତି ରଶ୍ମିରେଖା ପ୍ରଧାନ ଏବଂ ଜୁନିୟର ଲାବୋରେଟୋରୀ ଆସିଷ୍ଟାଂଟ ଶ୍ରୀ ବିଷ୍ଣୁନାରାୟଣ ସେନାପତି ଏହି ଅବସରରେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ମେଡିକାଲ୍‌ ସୁପରିଟେଣ୍ଡେଂଟ ଇନ୍‌ଚାର୍ଜ ପ୍ରଫେସର ରଚିତା ଷଡ଼ଙ୍ଗୀ, ସୋଆର ଜଏଂଟ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ର, ସମ୍‌ ହସ୍ପିଟାଲ୍‌ର ଡିଜିଏମ୍‌ (ଅପରେସନ୍‌ ) ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ ଓ ନର୍ସି ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ହସ୍ପିଟାଲ୍‌ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଗ୍ରୀନ୍‌ ଆର୍ମି ମିଶନ୍‌କୁ ଭୁବନେଶ୍ୱର ଏବଂ ଓଡ଼ିଶାରେ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଡାକ୍ତର, ପୋଷ୍ଟ ଗ୍ରାଜୁଏଟ୍‌ ଏବଂ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଆଇଏପିର ଜାତୀୟ ସଭାପତି ଡକ୍ଟର ଜି.ଭି. ବାସବରାଜ ଓ ସାଧାରଣ ସମ୍ପାଦକ ଡାକ୍ତର ଯୋଗେଶ ପାରିକ୍‌ ଭର୍ଚୁଆଲୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ । ସମ୍‌ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍‌ ଏବଂ ମାଇକ୍ରୋବାୟୋଲୋଜି ବିଭାଗର ଫ୍ୟାକଲ୍ଟିମାନେ ମଧ୍ୟ କାର୍ଯ୍ୟ୍ୟକ୍ରମରେ ଯୋଗ ଦେଇଥିଲେ । 

 

 

  

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.