ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା: ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ସଂପନ୍ନ

Published By : Prameya | June 7, 2024 10:59 AM

ସମ୍ବଲପୁର,୦୭/ ୦୬: ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଅୟମାରମ୍ଭ । ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ନନ୍ଦପଡାର ବଂ  ବରାଡ ବାଲୁଙ୍କେଶ୍ୱର ବାବାଙ୍କ ତପରପେଣ୍ଡି  ବା ନିର୍ବନ୍ଧ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଛି । ବର୍ଣାଢ୍ୟ ଶୋଭାଯାତ୍ରାରେ  ସହର ଦୁଲୁକି ଉଠିଛି ।  

ଗୁରୁବାର ସନ୍ଧ୍ୟାରେ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାଇଁ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବରପିତା ରାମଚରଣ  ମିଶ୍ର ମହାଦେବଙ୍କ ନିକଟରେ ଆଳତୀ  କରିଥିଲେ । ମନ୍ଦିର ପୂଜକ ଲକ୍ଷପତି  ମହାପାତ୍ର ଏବଂ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ର ପୌରୋହିତ୍ୟ କରିଥିଲେ ।  

ଏହାପରେ ଏକ ସୁସଜ୍ଜିତ ରଥ ବା ବିମାନରେ  ବାହାରିଥିଲେ ବରପିତା ଶ୍ରୀ ମିଶ୍ର । ସୁସଜ୍ଜିତ  ରଥରେ ବରପିତା ବିରାଟ ଶୋଭାଯାତ୍ରା ସହ କନ୍ୟା ପିତା ଘର ଚାରଭାଟି ସ୍ଥିତ ସୁମନ୍ତ  ପଣ୍ଡା ଏବଂ ନୀତିପ୍ରିୟା ଦେବୀଙ୍କ ଘର  ଅଭିମୁଖେ ବାହାରିଥିଲେ । ସାଥିରେ ଥିଲେ  ସପ୍ତଋଷୀ । ଶଙ୍ଖ, ଘଣ୍ଟ, ଘଣ୍ଟା, ଦୁଲଦୁଲି,  ଧମାଲ ବାଦ୍ୟ ଏବଂ ଗୌରବାଡି ନୃତ୍ୟର  ତାଳେ ତାଳେ ସହର ଦୁଲୁକି ଉଠିଥିଲା ।  ଶୋଭାଯାତ୍ରା ନନ୍ଦପଡାରୁ ବାହାରି ହାଟପଡା, ଦଲେଇପଡା, ମ୍ୟୁନିସିପାଲିଟି ଛକ,  କଚେରୀ ଛକ, ଜେଲଛକ, ଚାରଭାଟି  ଛକ ଦେଇ କନ୍ୟାପିତା ମାତାଙ୍କ ଘରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା  ପରେ କନ୍ୟା ଘର ପକ୍ଷରୁ ଭବ୍ୟ ସ୍ୱାଗତ  କରାଯାଇଥିଲା । ଏହାପରେ ପତରପେଁଣ୍ଡି  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ପ୍ରଥମେ  ବରପକ୍ଷରୁ ସପ୍ତଋଷୀ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟାରତ୍ନଙ୍କ ସହ ବିବାହ  ପ୍ରସ୍ତାବ ରଖିଥିଲେ । ଏହି ଅବସରରେ  କନ୍ୟାପକ୍ଷ ବରଙ୍କ ବାବଦରେ ପଚାରିବାରୁ  ସପ୍ତଋଷୀ ବାଲୁଙ୍କେଶ୍ୱର ବାବାଙ୍କ ଗୁଣଗାନ  କରିଥିଲେ । ଏହା ଜାଣିବା ପରେ କନ୍ୟାପକ୍ଷ  ମାତା ପାର୍ବତୀଙ୍କ ଗୁଣଗାନ କରିବା ସହିତ  ବିବାହ ନେଇ ସମ୍ମତି ଜଣାଇଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ନିର୍ବନ୍ଧ  କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ବରପିତା  ଏକ ନୂତନ କଂସା ଥାଳିରେ ଥିବା ଶାଳପତ୍ର ବିଡା ସହିତ ଗୁଆ, ନଡିଆ,  ଫୁଲ, ବେଲପତ୍ର ଆଦି ପୂଜା ସାମଗ୍ରୀକୁ  କନ୍ୟାପିତାଙ୍କୁ ହସ୍ତାନ୍ତର କରିଥିଲେ । ସପ୍ତଋଷୀ ଭାବେ ବିଜୟ ମିଶ୍ର, କାମପାଳ  ହୋତା, ଗୋଳକ ବିହାରୀ ମିଶ୍ର, ଅଶୋକ  କୁମାର ମିଶ୍ର, ଚକ୍ରଧର ମିଶ୍ର, ପୂର୍ଣାନନ୍ଦ ମିଶ୍ର  ଏବଂ ଅମରେନ୍ଦ୍ର ପୂଜାରୀ ଯୋଗ ଦେଇଥିଲେ । ଆସନ୍ତା ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ଅନୁଷ୍ଠିତ ହେବ ।

 

ଏହି କାର୍ଯ୍ୟକ୍ରମରେ ଯାତ୍ରା  କମିଟି ସଭାପତି ଫଣୀଭୂଷଣ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ । ସେହିପରି ଆସନ୍ତା ୮ ତାରିଖରେ ସହରର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ବିଧି  ସଂପନ୍ନ ହେବାକୁ ଯାଉଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.