ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ, ଏ ବର୍ଷର ଥିମ୍ ‘ଗ୍ରହ ପାଇଁ ପ୍ରେସ୍‌: ପରିବେଶ ସଙ୍କଟ ସାମ୍ନାରେ ସାମ୍ବାଦିକତା’

ନୂଆଦିଲ୍ଲୀ ୦୩/୦୫: ପ୍ରତି ବର୍ଷ ମେ ମାସ ୩ ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ । ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ୍‌ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା । ଚଳିତ ବର୍ଷ ଏହି  ଦିବସର ବିଷୟ ରହିଛି ‘ଗ୍ରହ ପାଇଁ ପ୍ରେସ୍‌: ପରିବେଶ  ସଙ୍କଟ ସାମ୍ନାରେ ସାମ୍ବାଦିକତା ।’ ବାକ୍‌ ସ୍ୱାଧୀନତା ଅଧିକାରର  ରକ୍ଷା ଓ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ, ଏହି କଥା ମନେ  ପକାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ପ୍ରେସ୍‌ ସ୍ୱାଧୀନତା ଦିବସ  ପାଳିତ ହେଉଛି । 

ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ  ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ତେଣୁ  ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ ।  ସାମ୍ବାଦିକତା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା  ବ୍ୟକ୍ତିଙ୍କୁ ଏ ଅବସରରେ ସମ୍ମାନିତ କରାଯାଏ । ସ୍କୁଲ, କଲେଜ,  ସରକାରୀ ସଂସ୍ଥା ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନରେ ପ୍ରେସ୍‌ ସ୍ୱାଧୀନତା  ଉପରେ ବକ୍ତୃତା, ନିବନ୍ଧ ଓ କ୍ୱିଜ୍‌ ପ୍ରତିଯୋଗିତା ଆୟୋଜିତ ହୁଏ ।  ଲୋକଙ୍କୁ ବାକ୍‌ ସ୍ୱାଧୀନତା ସମ୍ପର୍କରେ ବୁଝାଯାଏ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.