ଆସ୍କା,୨୮/୦୯: ଘରେ ପଙ୍ଖା ତିଆରି କରୁଥିବା ବେଳେ ବିଦୁତ୍ ଆଘାତ ଲାଗି ପ୍ରାଣ ହରାଇଲେ ଯୁବକ । ମୃତ ଯୁବକ ଜଣକ ଦେବଭୂମି ଗ୍ରାମର ୨୯ ବର୍ଷୀୟ ସଞ୍ଜୀବ ସାହୁ ବୋଲି ଜଣାପଡ଼ିଛି । ଆସ୍କା ଦେବଭୂମି ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ସଞ୍ଜୀବ ତାଙ୍କ ଘରେ ପଙ୍ଖା ତିଆରି କରୁଥିଲେ । ଏହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏହି ଘଟଣା ସମ୍ପର୍କରେ ସଞ୍ଜୀବଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥଲେ । ଖବର ପାଇ ଘଟଣାସ୍ଥଳରେ ଆସ୍କା ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।