ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟ୍ରକ୍ ଧକ୍କାରେ ୨ ଗାଈ ମୃତ, ଅଳ୍ପକେ ବର୍ତ୍ତିଲେ ଲମତାପୁଟର ଶତାଧିକ ଲୋକ

ଲମତାପୁଟ, ୧୦।୧୨: ଟ୍ରକ୍ ଧକ୍କାରେ ୨ ଗାଈ ମୃତ । ମାରୁତି କାର୍ ନଷ୍ଟ । ଅଳ୍ପକେ ବର୍ତ୍ତିଲେ ଲମତାପୁଟ ମୁଖ୍ୟ ବଜାରଠାରେ ଥିବା ଶତାଧିକ ଲୋକ । ମାତାଲ ଅବସ୍ଥାରେ ଏକ କାଠ ବୋଝଇ ଟ୍ରକ୍ ଲମତାପୁଟର ମୁଖ୍ୟ ବଜାରରେ ଦ୍ରୁତ ଗତିରେ ଯାଇ ୨ଟି ଗାଈକୁ ଧକ୍କା ଦେଇଥିଲା । ଏଥିସହ ଏକ ମାରୁତି କାର୍‌କୁ ପଛପଟୁ ପିଟି ଫେରାର ଖସିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଶେଷରେ ପୋଲିସ ହାତରେ ଧରାପଡ଼ିଲା । ଡ୍ରାଇଭର ଜଣକ ମାଲକାନଗିରି ଜିଲ୍ଲା ୧୯ ନମ୍ବର ଗ୍ରାମର ରଞ୍ଜନ ମଣ୍ଡଳ ବୋଲି ଜଣାପଡ଼ିଛି । 

ଘଟଣାସ୍ଥଳରେ ୨ଟି ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ କାର୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୁଖ୍ୟ ବଜାରରେ ଥିବା ଅନେକ ଲୋକ ମଧ୍ୟ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ପରେ ପୋଲିସ ଟ୍ରକ୍‌ର ପିଛା କରିଥିଲା । ଲମତାପୁଟରୁ ପ୍ରାୟ ୩ କିମି ଦୂରରେ ଅଟକାଇ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.