ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ନିପା ଭାଇରସ୍‌ର ବାଂଲାଦେଶୀ ଭାରିଆଣ୍ଟ ଚିହ୍ନଟ; କୋଝିକୋଡ଼ରେ ୨ ଦିନ ସ୍କୁଲ୍, କଲେଜ ଛୁଟି

କୋଝିକୋଡ଼,୧୫।୯: କେରଳର କୋଝିକୋଡ଼ରେ ନିପା ଭାଇରସ୍‌ ସଂକ୍ରମଣ ମାମଲା ବଢ଼ିବାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଏହାକୁ ଦୃଷ୍ଟିରେ ରଖି କୋଝିକୋଡ଼ର ସମସ୍ତ ସ୍କୁଲ ଓ କଲେଜକୁ ଦୁଇଦିନ ଛୁଟି ଘୋଷଣା କରାଯାଇଛି । ଏଠାରେ ନିପା ଭୂତାଣୁ ସଂକ୍ରମଣ ଯୋଗୁ ଦୁଇ ଜଣ ପ୍ରାଣ ହରାଇଲେଣି । ଏବେ ଜଣେ ୯ ବର୍ଷୀୟ ପିଲା ଆଇସିୟୁରେ ଚିକିତ୍ସିତ ହେଉଛି । ଖବର ମୁତାବକ ଜଣେ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ନିପା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ମିଶାଇ ଏ ପର୍ଯ୍ୟନ୍ତ କେରଳରେ ମୋଟ ନିପା ସଂକ୍ରମଣ ମାମଲା ୫କୁ ବୃଦ୍ଧି ପାଇଛି । ଗୁରୁବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍‌ କୋଝିକୋଡ଼ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଜିଲ୍ଲା ପ୍ରଶାସନ ସହ ମିଶି ଏହି ଟିମ୍‌ ବୈଠକ କରିବ । 

ଏହା ପୂର୍ବରୁ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଥିଲେ କି ରାଜ୍ୟରେ ଯେଉଁ ନିପା ଭୂତାଣୁ ଚିହ୍ନଟ କରାଯାଇଛି, ତାହା ଏକ ବାଂଲାଦେଶୀ ଭାରିଆଣ୍ଟ । ଏହି ଭାରିଆଣ୍ଟ ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ । ଏହାର ମୃତ୍ୟୁ ହାର ମଧ୍ୟ ଅଧିକ । କିନ୍ତୁ ଏହା କମ୍‌ ସଂକ୍ରାମକ ହୋଇଥିବା କୁହାଯାଉଛି । ବୁଧବାର କୋଝିକୋଡ଼ ମେଡିକାଲ କଲେଜର ଏକ ଟିମ୍‌ ନିପା ଭୂତାଣୁର ଯାଞ୍ଚ ନିମନ୍ତେ ମରୁଥୋଙ୍କାରା ଗ୍ରାମରୁ ନମୁନା ସଂଗ୍ରହ କରିଥିଲା । କେରଳରେ ନିପା ଭୂତାଣୁ ଚିହ୍ନଟ ହେବା ପରେ କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । କେରଳରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଗାଡ଼ିଗୁଡ଼ିକର ଯାଞ୍ଚ ନିମନ୍ତେ ସୀମା ଅଞ୍ଚଳରେ ଚେକ୍‌ ପୋଷ୍ଟ ଲଗାଇବାକୁ କୁହାଯାଇଛି । ମାଙ୍ଗାଲୁରୁରେ ବ୍ରେନ୍‌ ଫିଭର୍‌ ଲକ୍ଷଣ ଥିବା ରୋଗୀମାନଙ୍କୁ ଅବ୍‌ଜର୍ଭେସନରେ ରଖିବା ପାଇଁ କୁହାଯାଇଛି । ଏହା ପୂର୍ବରୁ କୋଝିକୋଡ଼ରେ ୭ଟି କଣ୍ଟେନମେଣ୍ଟ ଜୋନ୍‌ ବନାଯାଇଛି । ହସ୍ପିଟାଲଗୁଡ଼ିକରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

kozhicode
nipah virus

Copyright © 2022 - Summa Real Media Private Limited. All Rights Reserved.