ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୪ ବର୍ଷ ପରେ ପ୍ରେମବିବାହକୁ ଗ୍ରହଣ କଲା କୋଷଲିଆ ସମାଜ

ଚନ୍ଦାହାଣ୍ଡି ୧୦।୨ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୋଷଲିଆ ସମାଜ  ଦୀର୍ଘ ୨୪ ବର୍ଷ ପରେ  ଏକ ପ୍ରେମୀ ଯୁଗଳଙ୍କ ପ୍ରେମ ବିବାହକୁ  ଗ୍ରହଣ କରିଛି। ଏପରି ପଦକ୍ଷେପକୁ ଫଳରେ  କୋଷଲିଆ ସମାଜ କାର୍ଯ୍ୟକର୍ତ୍ତା ଏବଂ ସାମାଜିକ ସଦସ୍ୟମାନଙ୍କୁ   ପ୍ରଂଶସା କରାଯାଇଛି l  

ବେହେରାମୁଣ୍ଡା ପଞ୍ଚାୟତ ସଦର ଗ୍ରାମର  ଧନୀରାମ ନାଗ (୪୮)   ଗତ ୨୦୦୦ ମସିହାରେ  କଳାହାଣ୍ଡି ଜିଲ୍ଲା  ବେହେରା ଗ୍ରାମର   ସ୍ୱର୍ଗତ ମଧୁସୁଦନ ସିଂ ଙ୍କ ଝିଅ ମାଗସୁର ସିଂ ଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ l  ଧନୀରାମ  କୋଷଲିଆ ଗୌଡ଼ ସମାଜର ହୋଇ ଥିବା ବେଳେ ମାଗଶୁର  ବେଳଦାର ସମ୍ପ୍ରଦାୟର  । ଫଳରେ  ଚନ୍ଦାହାଣ୍ଡି କୋଷଲିଆ  ସମାଜ   ଏମାନଙ୍କ  ପ୍ରେମବିବାହକୁ  ସମାଜିକ ସ୍ୱୀକୃତି   ଦେଇ ନ ଥିଲେ l ଧନୀରାମ, ଏବଂ ମଗୁଶୁରଙ୍କୁ   ସମାଜରେ ମିଶାଇବାକୁ ବାରଣ କରିଥିଲେ। 

ଆଜି  ସାଲେଭଟାଠାରେ  ଚନ୍ଦାହାଣ୍ଡି ବ୍ଲକର ଅନ୍ୟ ସମାଜର  ବରିଷ୍ଠ କାର୍ଯ୍ୟକର୍ତ୍ତା  କଦମ ପୂଜାରୀ, ମାର୍କଣ୍ଡ ପୂଜାରୀ, ରାମପ୍ରସାଦ ସିନ୍ନା, ମନୋଜ ନେତାମ  ଏବଂ କଳାହାଣ୍ଡି  ଦଣ୍ଡପାଟ କୋଷଲିଆ ସମାଜର ସମ୍ପାଦକ ନାଗେଶ୍ୱର ନାଗ, ଚନ୍ଦନ ବଣୁଆ, ଚନ୍ଦାହାଣ୍ଡି କୋଷଲିଆ ସମାଜ ର ସଚିନ୍ଦ୍ର ଗୋପାଳ, ସୁଜନ ବାଗ, ଦିବାକର ସର୍ପା, ରାମଚନ୍ଦ୍ର ରାଉତ ଏକ ବୈଠକ   ବସିଥିଲା। l  ଜଣେ ପ୍ରେମୀ ଯୁଗଳଙ୍କ ପ୍ରତି  ଏପରି  ମାନସିକ ଆଘାତ ଦେବା ଘଟଣା କୁ ଦୃଢ଼ ନିନ୍ଦା କରିବା ସହ  ଏହା ଭାଇଚାରାକୁ ନଷ୍ଟ କରୁଛି ବୋଲି ମତବ୍ୟକ୍ତ କରିଥିଲେ। ଧନୀରାମ ଏବଂ ମଗଶୁରକୁ   କୋଷଲିଆ  ସମାଜରେ ସାମିଲ କରିବା ସହ ସେମାନଂକୁ ସମସ୍ତ ସମାଜିକ କାର୍ଯ୍ୟ ରେ ସହଯୋଗ ଏବଂ ସାମିଲ କରାଯିବ ବୋଲି  ସମସ୍ତେ ଶପଥ ପାଠ କରି ଥିଲେ l  ଦୀର୍ଘ ୨୪ ବର୍ଷ ପରେ ମଗୁଶୁର ଏବଂ ଧନୀରାମ କୁ ସମାଜିକ ସ୍ୱୀକୃତି ମିଳିବାରୁ  ସେମାନଙ୍କ ମନରେ ଖୁସୀ ର ଲହରୀ ଖେଳିଥିଲା।  ସମସ୍ତ ସମାଜିକ ଏବଂ ଭଦ୍ରବ୍ୟକ୍ତି ତାଙ୍କ ସୁଖ ଦାମ୍ପତ୍ୟ କାମନା କରି ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.