ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୪ରୁ ସୋଆରେ ଦୁଇଦିନିଆ ଭାଷା ସମ୍ମିଳନୀ; ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଉପରେ ହେବ ବିମର୍ଶ

ଭୁବନେଶ୍ୱର ୦୩/୦୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଶିକ୍ଷା ଓ  ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟରେ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ୪ ଓ ୫ ତାରିଖ ଦୁଇଦିନ ଧରି ଓଡ଼ିଆ ଭାଷା,  ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସୋଆର ମିଳିତ ଆନୁକୂଲ୍ୟରେ  ଏହି ସମ୍ମିଳନୀ ଆୟୋଜିତ ହେଉଛି । ବିଶ୍ୱବିଦ୍ୟାଳୟର କନ୍‌ଭେନ୍‌ସନ୍‌  ହଲ୍‌, କ୍ୟାମ୍ପସ୍‌-୨ରେ ଆୟେଜିତ ଏହି ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିମର୍ଶ ଚାଲିବ । ୮ଟି ଅଧିବେଶନରେ ୩୦ରୁ  ଊଦ୍ଧ୍ୱର୍ ଆଲୋଚକ ଯୋଗଦେଇ ବିଭିନ୍ନ ବିଷୟରେ ଚର୍ଚ୍ଚା, ଆଲୋଚନା କରିବେ । ଦୁଇଦିନରେ ୪ଟି ଲେଖାଏଁ ସମ୍ପାନ ଅନୁଷ୍ଠିତ ହେବ ।   

୪ରେ ପୂର୍ବାହ୍ଣ ୧୦ଟାରେ ଏହି ସମ୍ମିଳନୀ ଉଦ୍‌ଘାଟିତ ହେବ ।  ସୋଆ କୁଳପତି ପ୍ରଦୀପ୍ତ କୁମାର ନନ୍ଦଙ୍କ ସଭାପତିତ୍ୱରେ ସତ୍ରକୁ  ଉଦ୍‌ଘାଟନ କରିବେ ରାସବିହାରୀ ବେହେରା । ସୋଆ "ପ୍ରାଚୀନ'ର  ମୁଖ୍ୟ ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ, ଉମାକାନ୍ତ ମିଶ୍ର ମୁଖ୍ୟ  ଅତିଥି, ଜଗନ୍ନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେବେ ।  ସୋଆର ଛାତ୍ରମଙ୍ଗଳ ଡିନ୍‌ ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଦେବେ ।  "ଜଗନ୍ନାଥ ସଂସ୍କୃତି’ରୁ ପ୍ରଥମ ଅଧିବେଶନ ଦିନ ୧୧ଟାରୁ ଆରମ୍ଭ  ହେବ । ସୁରେନ୍ଦ୍ର ନାଥ ଦାଶଙ୍କ ଅଧ୍ୟକ୍ଷତାରେ ଆଲୋଚକ ଭାବରେ  ଅଜୟ କୁମାର ମିଶ୍ର "ଶୀକ୍ଷେତ୍ରର ଅଭିନୟ କଳା ବିମର୍ଶ', ଅସିତ  ମହାନ୍ତି "ଶ୍ରୀ ଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା', ବାବାଜୀ  ପଟ୍ଟନାୟକ "ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା'  ଉପରେ ବକ୍ତବ୍ୟ ରଖିବେ । ଦ୍ୱିତୀୟ ଅଧିବେଶନରେ "ପ୍ରାଚୀନ  ଓଡ଼ିଆ ସାହିତ୍ୟ ବିମର୍ଶ' ଉପରେ ଆଲୋଚନା ହେବ । ନିତ୍ୟାନନ୍ଦ  ସାହୁଙ୍କ ଅଧ୍ୟକ୍ଷତାରେ ଆଲୋଚକ ଭାବେ ରଞ୍ଜିତ କୁମାର ପରିଡ଼ା  "ସାରୋଳ ଦାସ ସାହିତ୍ୟ ବିମର୍ଶ', ପ୍ରଦୀପ୍ତ କୁମାର ପଣ୍ଡା "ବଳରାମ  ଦାସ ସାହିତ୍ୟ ବିମର୍ଶ', ଇନ୍ଦ୍ରମଣି ସାହୁ "ଜଗନ୍ନାଥ ଦାସ ସାହିତ୍ୟ  ବିମର୍ଶ' ଉପରେ ବକ୍ତବ୍ୟ ରଖିବେ । ବାଳକୃଷ୍ଣ ଶତପଥୀଙ୍କ  ଅଧ୍ୟକ୍ଷତାରେ ତୃତୀୟ ଅଧିବେଶନରେ "ମଧ୍ୟକାଳୀନ ସାହିତ୍ୟ  ବିମର୍ଶ' ସଂକ୍ରାନ୍ତରେ ଆଲୋଚନା ହେବ । ଆଲୋଚକ ଭାବେ କୃଷ୍ଣଚନ୍ଦ୍ର  ପ୍ରଧାନ "ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର‌୍ୟ', କାହ୍ନୁଚରଣ  ପାଢ଼ୀ "ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର‌୍ୟ' ଏବଂ ଜ୍ଞାନୀ  ଦେବାଶିଷ ମିଶ୍ର "ମଧ୍ୟକାଳୀନ ସାହିତ୍ୟର ପ୍ରାରୂପ ବୈଚିତ୍ର‌୍ୟ'  ଉପରେ ବକ୍ତବ୍ୟ ରଖିବେ । ନଟବର ଶତପଥୀଙ୍କ ଅଧ୍ୟକ୍ଷତାରେ  ଚତୁର୍ଥ ଅଧିବେଶନରେ "ମଧ୍ୟକାଳୀନ ସାହିତ୍ୟ ବିମର୍ଶ: ପୁରାଣ  ସାହିତ୍ୟ ପରମ୍ପରା' ଉପରେ ପର୍ଯ୍ୟବେସିତ ହେବ । ଆଲୋଚକ  ଭାବେ କମ୍ଭୁପାଣି ସାମନ୍ତ ‘ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ',  ଅଜୟ ପଟ୍ଟନାୟକ "ସନ୍ଥ ସାହିତ୍ୟ ବିମର୍ଶ' ଏବଂ ବିଜୟଲକ୍ଷ୍ମୀ  ଦାଶ "ଭକ୍ତି-ପ୍ରୀତି ଚେତନା ବିମର୍ଶ' ଉପରେ ବକ୍ତବ୍ୟ ରଖିବେ ।   

ଦ୍ୱିତୀୟ ଦିବସ ଅର୍ଥାତ୍‌ ଉଦ୍‌ଯାପନୀ କାର୍ଯ୍ୟକ୍ରମ ୫ ତାରିଖ  ଦିନ ପଞ୍ଚମ ଅଧିବେଶନରେ "ଓଡ଼ିଆ ଜନଜାତି ସଂସ୍କୃତି ବିମର୍ଶ'  ଅନୁଷ୍ଠିତ ହେବ। ସବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଲୋଚକ  ଭାବେ ପ୍ରୀତିଧାରା ସାମଲ "ଜନଜାତି ନାଚ ଓ ଗୀତ', ପରମେଶ୍ୱର  ମୁଣ୍ଡ "ଜନଜାତି କଥା ଓ ଗାଥା' ଏବଂ ରାଜେନ୍ଦ୍ର କୁମାର ପାଢ଼ୀ  "ଜନଜାତି ଭାଷା' ଉପରେ ଆଲାଚନା କରିବେ । ଗୋପବନ୍ଧୁ ମହାନ୍ତିଙ୍କ  ଅଧ୍ୟକ୍ଷତାରେ ଷଷ୍ଠ ଅଧିବେଶନ "ଓଡ଼ିଆ ଭାଷା ବିମର୍ଶ' ଉପରେ  ଅନୁଷ୍ଠିତ ହେବ । ଆଲୋଚକ ଭାବେ ସନ୍ତୋଷ କୁମାର ରଥ "ଓଡ଼ିଆ  ବର୍ଣ୍ଣ ଓ ଲିପି ବିମର୍ଶ', ହରପ୍ରସାଦ ମିଶ୍ର "ବ୍ୟାକରଣ ବିମର୍ଶ' ଏବଂ  ଗୌରାଙ୍ଗ ଚରଣ ଦାଶ "ଓଡ଼ିଆ ଅଭିଧାନ ବିମର୍ଶ' ଉପରେ ବକ୍ତବ୍ୟ  ରଖିବେ । 

ସେହିପରି ଶୈଳଜ ରବିଙ୍କ ଅଧ୍ୟକ୍ଷତାରେ "ଓଡ଼ିଆ ସଂସ୍କୃତି  ବିମର୍ଶ'ରେ ଆଲୋଚନା ହେବ । ଅନନ୍ତ କୁମାର ଗିରି "ପରମ୍ପରା ଓ  ଆଧୁନିକତା', ସୁଧା ମିଶ୍ର "ଓଡ଼ିଆ ପାରମ୍ପରିକ ସଙ୍ଗୀତ', ପ୍ରଦୀପ୍ତ  କୁମାର ପଟ୍ଟନାୟକ "ଓଡ଼ିଆ ପାରମ୍ପରିକ ଅଭିନୟ କଳା', ବିଜୟ  ପ୍ରଧାନ "ଓଡ଼ିଆ ପାରମ୍ପରିକ ଚିତ୍ରକଳା' ଉପରେ ଆଲୋଚନା କରିବେ ।  ଶେଷ ତଥା ଅଷ୍ଟମ ଅଧିବେଶନରେ "ଆଧୁନିକ ଓଡ଼ିଆ ସାହିତ୍ୟ ବିମର୍ଶ'  ଉପରେ ଆଲୋଚନା ହେବ । ସଂଗ୍ରାମ ଜେନାଙ୍କ ଅଧ୍ୟକ୍ଷତାରେ ଅପର୍ଣ୍ଣା  ମହାନ୍ତି "ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା', ଦୀପ୍ତିରଞ୍ଜନ ପଟ୍ଟନାୟକ  "ଓଡ଼ିଆ କଥାକାବ୍ୟରେ ଆଧୁନିକତା', ସୁବୋଧ ପଟ୍ଟନାୟକ "ଓଡ଼ିଆ  ଦୃଶ୍ୟକାବ୍ୟରେ ଆଧୁନିକତା' ଉପରେ ବକ୍ତବ୍ୟ ରଖିବେ । ଶେଷ  ଦିନରେ ସମ୍ବର୍ଦ୍ଧିତ ହେବେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ।

୪୦୦ କବିଙ୍କୁ ନେଇ କବି ସମ୍ମିଳନୀ

୪ ଓ ୫ ତାରିଖ ଦୁଇଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ  ସଂସ୍କୃତି ବିଭାଗ ପକ୍ଷରୁ କିଟ୍‌ର ମିଳିତ ଆନୁକୂଲ୍ୟରେ  କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଆ କବି ସମ୍ମିଳନୀ  ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ  ପ୍ରାୟ ୪ଶହ କବି ଯୋଗଦେବେ । ପ୍ରଥମ ଦିନରେ ‘ସାମ୍ପ୍ରତିକ ସମୟରେ ଓଡ଼ିଆ କବିତାର ସ୍ଥିତି, ଗତି,  ପ୍ରକୃତି ତଥା ପ୍ରଭାବ’ ସମ୍ପର୍କରେ ଆଲୋଚନା  ହେବ । ପରେ ପଲ୍ଲୀ, ଆଧୁନିକ, ପ୍ରାଚୀନ, ଗୀତି  ଓ ଦେଶାତ୍ମବୋଧକ କବିତା ଉପରେ କବିମାନେ  ସ୍ୱରଚିତ କବିତା ଆବୃତ୍ତି କରିବେ । ଏଥିସହ  ଚିତ୍ରକଳା, ବାଲୁକା କଳା, ନୃତ୍ୟ, ସଙ୍ଗୀତରେ  କବିତାର ଆତ୍ମିକ ପରିବେଶ ସୃଷ୍ଟି କରାଯିବ । 

ଦ୍ୱିତୀୟ ଦିନରେ ଅନୁବାଦ ଅଧିବେଶନରେ  ଭାଷା, ସଂସ୍କୃତି ଭାଗବତ ବିକାଶ ଲାଗି କବିତାର  ଅନୁବାଦଗତ ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନା  ହେବ । ଆମନ୍ତ୍ରିତ କବିମାନଙ୍କ କବିତା ସଂକଳନର  ଲୋକାର୍ପଣ କରାଯିବ । ପଦ୍ମଶ୍ରୀ ପ୍ରାପ୍ତ ବ୍ୟକ୍ତିବିଶେଷ  ବକ୍ତୃତା ରଖିବେ ଏବଂ ସମ୍ବର୍ଦ୍ଧିତ ହେବେ।

ପ୍ରଥମ ଚଳଚ୍ଚିତ୍ର, ପ୍ରଥମ ପ୍ରିଣ୍ଟିଂ ପ୍ରେସ୍‌ 

ଭାଷା ସମ୍ମିଳନୀକୁ ବ୍ୟାପକ କରିବା ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ,  ସଂସ୍କୃତି, ଐତିହ୍ୟ ଓ କଳାକୃତିକୁ ପ୍ରୋତ୍ସାହନ ସ୍ୱରୂପ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ  କାର୍ଯ୍ୟକ୍ରମ କରାଯାଉଛି । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର, ପ୍ରଥମ ପ୍ରିଣ୍ଟିଂ ପ୍ରେସ୍‌ ଓ ବିଭିନ୍ନ  କଳାକୃତି ଆଦି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ।  ଏଥିରେ ସବୁବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର  କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ । ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ  ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ । ସେଥିନିମନ୍ତେ ସମସ୍ତ ବ୍ୟବସ୍ଥା  ହୋଇଛି । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ୩ଟି ବର୍ଗରେ ଓଡ଼ିଆ  ଭାଷା, ସାହିତ୍ୟ ଏବଂ ଓଡ଼ିଆ ଚଳଚ୍ଚିତ୍ର ଐତିହ୍ୟକୁ ପ୍ରଦର୍ଶନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.