ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

୬ ମାସର ରାସନ ନେଇ ଦିଲ୍ଲୀ ଆସିଛନ୍ତି କୃଷକ, ଦାବି ନମାନିବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

Published By : Prameya | February 13, 2024 3:22 PM

ନୂଆଦିଲ୍ଲୀ,୧୩।୨: ସୋମବାର କେନ୍ଦ୍ର ସରକାର ସହିତ ହୋଇଥିବା ବୈଠକ ବିଫଳ ହେବାପରେ କୃଷକମାନେ ମଙ୍ଗଳବାର ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଶମ୍ଭୁ ବର୍ଡନରେ ପୋଲିସ ତାଙ୍କୁ ଅଟକାଇଥିଲେ ମଧ୍ୟ କୃଷକମାନେ ଏହାକୁ ମୁକାବିଲା କରିଛନ୍ତି। ଏପରିକି କୃଷକଙ୍କୁ ଦିଲ୍ଲୀରେ ପ୍ରବେଶ କରାଇ ନଦେବା ପାଇଁ ପୋଲିସ ବ୍ୟାରିକେଡ୍ ଲଗାଇଥିଲେ ମଧ୍ୟ କୃଷକମାନେ ଟ୍ରାକ୍ଟରରେ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହା ଦେଖି ପୋଲିସ ତାଙ୍କ ଉପରେ ଡ୍ରୋନ ସାହାଯ୍ୟରେ ଲୁହ ବୁହା ଗ୍ୟାସ୍ ମାଡ କରିଛି। ଏହାଦ୍ବାରା ସ୍ଥିତି ଆହୁରି ବିଗିଡି ଯାଇଛି। 

୧୨ ଦଫା ଦାବି ନେଇ ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ଆସିଛନ୍ତି। ୨୫୦୦ ଟ୍ରାକ୍ଟର ରାଲି କରି ହରିଆଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଙ୍ଗଠନ ବିକ୍ଷୋଭ କରିବାକୁ ରାଜଧାନୀ  ବାହାରିଛନ୍ତି।  ଦିଲ୍ଲୀରେ ଏକଜୁଟ ହୋଇ ବଡ଼ ଧରଣ ପ୍ରଦର୍ଶନ କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି । ଏଥିପାଇଁ ସେମାନେ ସାଙ୍ଗାରେ ୬ ମାସର ରାସନ ଧରି ଆସିଥିବା କହିଛନ୍ତି। କେବଳ ସେତିକି ନୁହେଁ ପେଟ୍ରୋଲ ଡିଜେଲ ମଧ୍ୟ ଆଣିଥିବା ସୂଚନା ମିଳିଛି। ଏଥିସହ ନିଜ ସାଙ୍ଗରେ ସାମେନ ଆକଶ୍ୟକୀୟ ସାମଗ୍ରୀ ମଧ୍ୟ ଆଣିଛନ୍ତି।  କୃଷକମାନେ କହିଛନ୍ତି,ଦାବି ପୂରଣ ନ ହେବା ଯାଏ ହଟିବୁ ନାହିଁ ବୋଲି ।  

ଶମ୍ଭୁ ବର୍ଡରରେ କୃଷକଙ୍କ ଉପରେ ଡ୍ରୋନ୍‌ ଦ୍ବାରା ପୋଲିସର ଲୁହବୁହା ଗ୍ୟାସ୍ ମାଡ଼, ଦିଲ୍ଲୀର ସବୁ ସୀମା ସିଲ୍

ଗୁଇନ୍ଦ ରିପୋର୍ଟ ଅନୁସାରେ, ଏକାକୀ ପଞ୍ଜାବର କୃଷକ ବିରୋଧ ପାଇଁ ୧୫୦୦ ଟ୍ରାକ୍ଟର ଓ ୫୦୦ ଗାଡି ନୋଇ ଆସିଛନ୍ତି।ସେମାନେ ଆଖପାଖର ଗୁରୁଦ୍ବାର, ଧର୍ମଶାଳା, ଆଶ୍ରମ,ଗେଷ୍ଟ ହାଉସରେ ରହି ବିରୋଧ ପ୍ରଦର୍ଶନ କରିବାର ଯୋଜନା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.