ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଯାତ୍ରୀ ଉଠାଇବାକୁ ନେଇ ଝଗଡ଼ା , ସରକାରୀ ଓ ଘରୋଇ ବସ ଦୁଇଟି ଥାନାରେ ଅଟକ

ଖଲ୍ଲିକୋଟ  : ଯାତ୍ରୀ ଉଠାଇବାକୁ ନେଇ ସରକାରୀ ଓ ଘରୋଇ ବସ ମଧ୍ୟରେ ଝଗଡ଼ା ହୋଇଛି ଏବଂ ସରକାରୀ ବସର ଅଭିଯୋଗ କ୍ରମେ ଦୁଇଟି ଯାକ ବସକୁ ଥାନାରେ ଅଟକ ରଖିଛି ପୋଲିସ। ଦୁଇ ବସର ଝଗଡା ମଧ୍ୟରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି।  ମିଳିଥିବା ସୂଚନା ଅନୁସାରେ , ଆର. ଉଦୟଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଓ ଏସଆରଟିସିର ଏକ ବସ ନମ୍ବର ଓଡ଼ି ୦୨ ବିଟି ୨୫୪୦ ରାସ୍ତାରେ ଯାତ୍ରୀ ଉଠେଇଥିଲା । 

ତେବେ ପଛରେ ଆସିକାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ପୂଜାଫୁଲ ନାମକ ଏକ ଘରୋଇ ବସ ନମ୍ବର ଓଆର ୦୨ ଏଭି ୪୨୭୩ ଏହାର ପ୍ରତିବାଦ କରିବା ପାଇଁ ଦ୍ରୁତଗତିରେ ଆସି ଖଲ୍ଲିକୋଟ ପୂର୍ବରୁ ସରକାରୀ ବସକୁ ଓଭରଟେକ କରି ଆଗକୁ ଆସିବା ପରେ ହଠାତ ବ୍ରେକ୍‌ ମାରି ଥିଲା । ସରକାରୀ ବସ ମଧ୍ୟ ପଛରେ ହଠାତ୍‌ ବ୍ରେକ୍ ମାରିବାରୁ ବସ ଭିତରେ ଜଣେ ମହିଳା ଯାତ୍ରୀ ଭାରସାମ୍ୟ ହରାଇ ପଡି ଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଏହାକୁ ନେଇ ଦୁଇ ବସ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ଏହାପରେ ସରକାରୀ ବସର କର୍ମଚାରୀ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁଇଟି ଯାକ ବସକୁ ଥାନାରେ ଅଟକ ରଖିଥିଲେ। ଦୀର୍ଘ ସମୟ ଧରି ଦୁଇଟି ବସ ଅଟକ ରହିବା ଫଳରେ ଯାତ୍ରୀ ମାନେ ମଧ୍ୟ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ନପାରି ଅଟକି ରହିଛନ୍ତି । ତେବେ ଖବର ସଂଗ୍ରହ ହେବା ସୁଦ୍ଧା ଦୁଇଟି ଯାକ ବସ ଥାନାରେ ଅଟକି ରହିଥିବା ଜଣାପଡିଛି।

Copyright © 2022 - Summa Real Media Private Limited. All Rights Reserved.