ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେଷ୍ଟୁରାଣ୍ଟ ମାଲିକଙ୍କୁ ମାଡ଼ ମାମଲା, ଟିଏମସି ବିଧାୟକ ସୋହମ ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ

କୋଲକାତା: ରେଷ୍ଟୁରାଣ୍ଟ ମାଲିକଙ୍କୁ ମାଡ଼ ମାରିବା ମାମଲାରେ ଅଭିନେତା ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ସୋହମ ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ବଢ଼ିଛି । ସୋହମଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।  ରେଷ୍ଟୁରାଣ୍ଟ କର୍ମଚାରୀ ଏବଂ ଅଭିନେତାଙ୍କ ମଧ୍ୟରେ ପାର୍କିଂକୁ ନେଇ ଯୁକ୍ତିତର୍କ ହେବା ପରେ ଏହି ଘଟଣା ଘଟିଥିଲା । ରେଷ୍ଟୁରାଣ୍ଟ ମାଲିକ ଆନିସୁର ଆଲାମଙ୍କୁ ଚାପୁଡ଼ା ମାରିଥିବା ନେଇ ସ୍ବୀକାର କରିଥିଲେ ସୋହମ । ଦଳର ସାଧାରଣ ସଂପାଦକ ଅଭିଷେଖ ବାନାର୍ଜୀଙ୍କୁ ଗାଳିଗୁଲଜ କରିବାରୁ ଆଲାମଙ୍କ ଉପରକୁ ହାତ ଉଠାଇଥିଲେ ବୋଲି ସୋହମ ଚକ୍ରବର୍ତ୍ତୀ ମାନିଛନ୍ତି ।

ଅଭିନେତା ଏବଂ ଟିଏମସି ବିଧାୟକ ସୋହମ ଚକ୍ରବର୍ତ୍ତୀଙ୍କ ବିରୋଧରେ ଆଇପିସି ଧାରା ୩୨୩, ୩୪୧, ୫୦୬ ଏବଂ ୩୪ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ନ୍ୟୁଟାଉନ ଅଞ୍ଚଳରେ ଥିବା ରେଷ୍ଟୁରାଣ୍ଟ କୋଲକାତା ଡିଲାଇଟ୍‌ର ମାଲିକ ଆଲାମ ଅଭିଯୋଗ କରିଥିଲେ ଯେ, ଅଭିନେତା ସୋହମଙ୍କୁ ଟଙ୍କା ନନେଇ ନିଜ ରେଷ୍ଟୋରାଣ୍ଟରେ ସୁଟିଂ କରିବାକୁ ଅନୁମତି ଦେଇଥିଲେ । ହେଲେ ସୋହମଙ୍କ ସୁରକ୍ଷାକର୍ମୀ ରେଷ୍ଟୁରାଣ୍ଟର ପାର୍କିଂରେ ଏକାଧିକ ଗାଡ଼ି ରଖିଥିଲେ । ଏହାକୁ ରେଷ୍ଟୁରାଣ୍ଟର କର୍ମଚାରୀ ବିରୋଧ କରିବାରୁ ସୋହମ ଘଟଣାସ୍ଥଳକୁ ଆସି ତାଙ୍କୁ ଚାପୁଡ଼ା, ଗୋଇଠା ମାରିଥିଲେ । 

ସୋହମଙ୍କ ସୁରକ୍ଷାକର୍ମୀ ଆଲାମଙ୍କୁ କହିଥିଲେ, ଅଭିନେତାଜଣଙ୍କ ବହୁ ପ୍ରଭାବଶାଳୀ ଏବଂ ତାଙ୍କର ସଂପର୍କ ଦଳର ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ସହ ରହିଛି । ଏହା ଶୁଣି ଆଲାମ କହିଥିଲେ ଯେ, ‘ ସେ ନରେନ୍ଦ୍ର ମୋଦୀଙ୍କ ସାଙ୍ଗ ହୁଅନ୍ତୁ ବା ଅଭିଷେଖ ବାନାର୍ଜୀଙ୍କ ବନ୍ଧୁ, ମୁଁ କେୟାର କରେନାହିଁ ।’ ଏହା ପରେ ସୋହମ ସେଠାକୁ ଆସି ତାଙ୍କୁ ଚାପୁଡ଼ା ମାରିବା ସହ ଗୋଇଠା ମାରିଥିଲେ ବୋଲି ଆଲାମ ଅଭିଯୋଗ କରିଥିଲେ ।   ଅନ୍ୟପଟେ ସୋହମ ପାଲଟା ଅଭିଯୋଗ କରିଛନ୍ତି ଯେ, ଆଲାମା ସୁରକ୍ଷା କର୍ମୀ  ଏବଂ ଅଭିଷେଖ ବାନାର୍ଜୀଙ୍କୁ ଗାଳିଗୁଲଜ କରିଥିଲେ ।ମୁଁ ମୋ ଉପରୁ ନିୟନ୍ତ୍ରଣ ହରାଇ ତାଙ୍କୁ ଚାପୁଡ଼ା ମାରିଥିଲି ।’ ତେବେ ଆଲାମଙ୍କ ସହ ସୋହମ ପାଟିତୁଣ୍ଡ କରୁଥିବା ନେଇ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସୋହମ ଆଲାମଙ୍କ କଲାର ବି ଧରିଛନ୍ତି । ହେଲେ ସେ ତାଙ୍କୁ ଚାପୁଡ଼ା ମାରିଛନ୍ତି କି ନାହିଁ ସିସିଟିଭି କ୍ଲିପ୍‌ରୁ ଜଣାପଡ଼ିନାହିଁ ।  

ଅନ୍ୟପଟେ, କୋଲକାତା ଡିଲାଇଟ୍‌ର ମ୍ୟାନେଜର ଦୀପଙ୍କର ଘୋଷ କହିଛନ୍ତି ଯେ, ରେଷ୍ଟୁରାଣ୍ଟ ପକ୍ଷରୁ ଥାନାରେ ଏଫଆଇଆର ଦିଆଯାଇ ନାହିଁ । ଅଭିନେତା ଜଣେ ବିଧାୟକ ଏବଂ ସେ ପ୍ରଭାବଶାଳୀ । ତେଣୁ ଆମେ ତାଙ୍କୁ ସୁଟିଂ ପାଇଁ ଟଙ୍କା ମାଗିନଥିଲୁ । ଅଧିକ କାର ପାର୍କିଂରେ ରଖିବାକୁ ମନା କରିବାରୁ ସୋହମ ଆମ ମାଲିକଙ୍କୁ ଦୁର୍ବ୍ୟବହାର କରିଥିଲେ । ହେଲେ ଏନେଇ ଆମେ ଥାନାରେ ଅଭିଯୋଗ କରିନାହୁଁ ବୋଲି ଦୀପଙ୍କର କହିଛନ୍ତି । 

 

  • Kolkata Police
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.