ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁମ୍ୱାଇ ଇଣ୍ଡିଆନ୍ସ ହାରିବା ପରେ ରୋହିତଙ୍କ ଏହି ଭିଡ଼ିଓ ଭାଇରାଲ , ଖୁବ୍‌ ନିରାଶ ନଜର ଆସିଲେ କ୍ରିକେଟର

ନୂଆଦିଲ୍ଲୀ : ରୋହିତ ଶର୍ମା ଚେନ୍ନାଇ ସୁପରକିଙ୍ଗସ ବିରୋଧରେ ୬୩ଟି ବଲ୍‌ରେ ୧୦୫ ରନର ଏକ ଅପରାଜେୟ ପାଳି ଖେଳି ଥିଲେ। ଏହି ସମୟରେ ରୋହିତଙ୍କ ବ୍ୟାଟରୁ ୧୧ ଚୌକା ଓ ୫ଟି ଛକା ବାହାରି ଥିଲା। ଆଇପିଏଲ୍‌ ୨୦୨୪ରେ ଏହା ତାଙ୍କର ପ୍ରଥମ ଶତକ ଥିଲା, ହେଲେ ରୋହିତ ତାଙ୍କର ଏହି ଶତକରେ ଖୁସି ନଥିଲେ। ରୋହିତ ଏମିତି ଜଣେ ଖେଳାଳି , ଯିଏ କି ଯେବେ ମୈଦାନକୁ ଆସନ୍ତି ନିଜ ଟିମ୍‌ ପାଇଁ ଖେଳନ୍ତି, ତାହା ମୁମ୍ୱାଇ ଇଣ୍ଡିଆନ୍ସ ହେଉ ବା ଭାରତୀୟ କ୍ରିକେଟ୍‌ ଟିମ୍‌। ସେ କେବେ ବି ଷ୍ଟାଟସ୍‌ ପାଇଁ ଖେଳନ୍ତି ନାହିଁ ଏବଂ ଏହି କାରଣରୁ ତାଙ୍କ ପାଇଁ ଏହି ଶତକର କୌଣସି ଅର୍ଥ ନଥିଲା, କାରଣ ମୁମ୍ୱାଇ ଇଣ୍ଡିଆନ୍ସକୁ ଶେଷରେ ୨୦ ରନ୍‌ରେ ପରାଜୟର ସାମନା କରିବାକୁ ପଡ଼ିଥିଲା। 

ମ୍ୟାଚ୍‌ ପରେ ଯେବେ ଚେନ୍ନାଇ ସୁପରକିଙ୍ଗସର ଟିମ୍‌ ମୁମ୍ୱାଇ ଇଣ୍ଡିଆନ୍ସର ଖେଳାଳିଙ୍କ ସହ ଯେବେ ହାତ ମିଳାଉ ଥିଲେ , ସେତେବେଳେ ରୋହିତ ପଡ଼ିଆରୁ ଚୁପଚାପ ମୁଣ୍ଡ ନୁଆଁଇ ଚାଲି ଯାଇଥିଲେ। ରୋହିତଙ୍କର ଏହି ଅଦେଖା ଭିଡ଼ିଓ ( ଅନ୍‌ସିନ୍‌ ) ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି । 

ଏମିତି ଲାଗୁଛି କି ଏହି ଭିଡ଼ିଓ ଷ୍ଟାଡିୟମରେ ଥିବା କେହି କ୍ରିକେଟ୍‌ ଫ୍ୟାନ୍‌ ସୁଟ୍‌ କରିଛନ୍ତି । ରୋହିତ ଶର୍ମାଙ୍କ ଚେହେରା ଓ ବଡ଼ି ଲାଙ୍ଗୁଏଜ୍‌ ଉଭୟରେ ପରାଜୟର ଝଲକ ସ୍ପଷ୍ଟ ଜଣାଯାଉଛି। ଆଇପିଏଲ ୨୦୨୪ରେ ମୁମ୍ୱାଇ ଇଣ୍ଡିଆନ୍ସର ଏହା ୬ଟି ମ୍ୟାଚ୍‌ରେ ୪ର୍ଥ ପରାଜୟ ଥିଲା। ବର୍ତ୍ତମାନ ସୁଦ୍ଧା ମୁମ୍ୱାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚ୍‌ ହିଁ ଜିତିଛି। 

ଚେନ୍ନାଇ ସୁପରକିଙ୍ଗସ ବିରୋଧରେ ରୋହିତ ପୂରା ମଜବୁତ ସହ ଠିଆ ହୋଇଥିଲେ ଏବଂ ବାରମ୍ୱାର ଆଟାକ୍‌ କରୁଥିଲେ। କିନ୍ତୁ ତାଙ୍କୁ ଅନ୍ୟ ପଟରୁ କୌଣସି ବି ବ୍ୟାଟ୍ସମ୍ୟାନ ଅଧିକ ସହଯୋଗ କରି ନଥିଲେ ଏବଂ ଏହି କାରଣରୁ ମୁମ୍ୱାଇ ଇଣ୍ଡିଆନ୍ସର ଟିମ୍‌କୁ ୨୦ ରନ୍‌ରେ ପରାଜୟର ସାମନା କରିବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.