ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଏସଟିଏଫ୍ ପଞ୍ଝାରେ ୨ ବ୍ରାଉନସୁଗର ବେପାରୀ, ୧ କେଜି ୮୦ ଗ୍ରାମର ଧଳାଜହର ଜବତ

ଭୁବନେଶ୍ଵର, ୦୨/୦୯ : ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ। ୨ ବ୍ରାଉନସୁଗର ବେପାରୀଙ୍କୁ ପିପିଲି ସିଫା ନିକଟରୁ ଗିରଫ କଲା ଏସଟିଏଫ୍। ସେମାନଙ୍କ ନିକଟରୁ ୧ କେଜି ୮୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ବୋଲି ସୂଚନା ମିଳିଛି। ଗିରଫ ଦୁଇ ବେପାରୀ ହେଲେ ପିପିଲିର ଲିପୁନ ପାଣ୍ଡେ ଓ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର ଏସକେ ଅବ୍ବାସ।

ସୂଚନାନୁଯାୟୀ, ୨୦୨୦ରୁ, STF ୭୨ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗର / ହିରୋଇନ୍, ୨୦୨ ଗ୍ରାମ କୋକେନ୍ ଏବଂ ୧୧୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ୭୫୦ ଗ୍ରାମ ଓପିଅମ୍ ଜବତ କରିଛି। ଏହା ସହ ୧୭୮ରୁ ଅଧିକ ଡ୍ରଗ୍ ଚାଲାଣକାରୀଙ୍କୁ ଗିରଫ କରିଛି। ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ୍ ୬୨ କେଜିରୁ ଅଧିକ ବ୍ରାଉନସୁଗର ନଷ୍ଟ କରିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.