ମନମୁଣ୍ଡା , ୭।୧୧ କଣ୍ଟାମାଳ ପୁଲିସ ୧୩ କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରିଥିବାବେଳେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି।ଅଭିଯୁକ୍ତ ଜଣକ କଣ୍ଟାମାଳ ଥାନା ଝାରଫେସପେରେଡି ଗ୍ରାମ ର ବଳରାମ ଜାନୀ।
କଣ୍ଟାମାଳ ଥାନା ଠାରୁ ପ୍ରାୟ ୧୮ କିମି ଦୂର ପୁରୁଣାପାଣି ଗ୍ରାମ ଦେଇ ଗଞ୍ଜେଇ ଚାଲାଣ ହେବାକୁ ଥିବା ଆଇ ଆଇ ସି ଶ୍ରୀ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶ ପ୍ରକାରେ ଏସ ଆଇ ରାଜା ରଞ୍ଜନ ନାୟକ ଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କୁ କଡାକଡି କରି ଦେଇଥିଲେ। ଅଭିଯୁକ୍ତ ବଳରାମ ଜାନୀ ଏକ ବାଇକ ( ନଂ ଓଡ଼ି ୧୭ ଜି ୦୦୪୪) ରେ ଗଞ୍ଜେଇ ଧରି ଯାଉଥିବାବେଳେ ପୁଲିସ ହାବୁଡ ରେ ପଡ଼ିଥିଲେ। ଗଞ୍ଜେଇ ସହ ବାଇକ କୁ ପୁଲିସ ଜବତ କରିବା ପୂର୍ବକ ଅଭିଯୁକ୍ତ କୁ ଗିରଫ କରିଥିଲା।ଏନେଇ ଥାନା ରେ ଏକ ମାମଲା ରୁଜୁ କରାଯାଇଛି। ଏସ ଆଇ ଲୀସାରାଣୀ ସେଠୀ ଏହାର ତଦନ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି।