ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟ ପୁଲିସ ବାହିନୀର ଅଦଳବଦଳ, ୧୪ ଡିଏସ୍‌ପିଙ୍କ ବଦଳି

କଟକ, ୦୭/୦୨ : ରାଜ୍ୟ ପୁଲିସ ବାହିନୀରେ କାର୍ଯ୍ୟରତ ଡିଏସ୍‌ପି ପାହ୍ୟାର ୧୪ ଜଣ ଅଫିସରଙ୍କୁ ବଦଳି କରାଯାଇଛି । ନିକଟରେ ପଦୋନ୍ନତି ପାଇଥିବା ନବାଗତ ଡିଏସ୍‌ପି ମୃଣ୍ମୟ ସେନାପତିଙ୍କୁ ଯାଜପୁରରୁ କଟକ ବଦଳି କରାଯାଇଛି । ଆଲୋକ ରଞ୍ଜନ ରାୟଙ୍କୁ ବାଲେଶ୍ୱରରୁ ଗଜପତି, ଡିଏସ୍‌ପି ବଳରାମ ନାୟକଙ୍କୁ ବାଲେଶ୍ୱରରୁ ଯାଜପୁର, ବିଜୟ କୁମାର ମୁର୍ମୁଙ୍କୁ ନୂଆପଡ଼ାରୁ କୋରାପୁଟ ପୁଲିସ୍‌ ଜିଲ୍ଲାକୁ ବଦଳି କରାଯାଇଛି । ଏସିପି ଚନ୍ଦନ ଘଡ଼େଇଙ୍କର କଟକ ସଦର ଏସ୍‌ଡିପିଓ ଭାବେ ବଦଳି ଆଦେଶନାମାରେ ପରିବର୍ତ୍ତନ କରାଯାଇ ତାଙ୍କୁ ପୁରୀ ଜିଲ୍ଲାକୁ ବଦଳି କରାଯାଇଛି । 

ସେହିପରି ରାୟଗଡ଼ା ଏସ୍‌ଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କୁ ବାଲେଶ୍ୱର, ଗୁଣନିଧି ମଲ୍ଲିକ୍‌ଙ୍କୁ କୋରାପୁଟରୁ ନୂଆପଡ଼ା, କିରଣ ହେମ୍ବ୍ରମଙ୍କୁ ପୁରୀରୁ କଟକ ସଦର ଏସ୍‌ଡିପିଓ, ମନୋରଞ୍ଜନ କହଁରଙ୍କୁ ନୂଆପଡ଼ାରୁ କୋରାପୁଟ, ନିବେଦିତା ସୋରେନ୍‌ଙ୍କୁ ବରଗଡ଼ରୁ ବାଲେଶ୍ୱର, ନୟାଗଡ଼ ସ୍ଥିତ ପୁଲିସ୍‌ ଟ୍ରେନିଂ ସ୍କୁଲ୍‌ରେ ଡେପୁଟେସନ୍‌ରେ ଥିବା କନ୍ଧମାଳ ଡିଏସ୍‌ପି ନିରଞ୍ଜନ ପାଢ଼ୀଙ୍କୁ ରାୟଗଡ଼ା ଜିଆର୍‌ପି ଏସ୍‌ଡିପିଓ, କଟକ ଜିଆରପି ଡିଏସ୍‌ପି ପଦ୍ମିନୀ ବେହେରାଙ୍କୁ ଏଚ୍‌ଆରପିସି, ସନ୍ତୋଷ ବାରିକଙ୍କୁ ଏସ୍‌ଓଜିରୁ ଗଞ୍ଜାମ ଏବଂ ଶୋଭା ପଟ୍ଟନାୟକଙ୍କୁ କଟକରୁ ଅନୁଗୁଳସ୍ଥିତ ପୁଲିସ୍‌ ଟ୍ରେନିଂ କଲେଜ୍‌କୁ ବଦଳି କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.