ଚନ୍ଦାହାଣ୍ଡି :୨୫/୮: ଗଞ୍ଜାମ ମଦ ମୃତ୍ୟୁ ମାମଲା ସାମ୍ନା କୁ ଆସିବା ପରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ତତ୍ପରତା ଦେଖାଇଛି । ଆଜି ଚନ୍ଦାହାଣ୍ଡି ବ୍ଲକ ଅଂଚଳରେ ଅବକାରୀ ବିଭାଗ ଓ ପୋଲିସ ଚଢାଉ କରି ବ୍ୟାପକ ପରିମାଣରେ ମହୁଲ ପୋଚ ଏବଂ ରନ୍ଧା ମହୁଲ ମଦ ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି।
ଉମରକୋଟ ଅବକାରୀ ଇନ୍ସପେକ୍ଟର ରଞ୍ଜିତା ବାରିକ ଓ ରାଇଘର ସବ୍ ଇନ୍ସପେକ୍ଟର ସୁଶିଲ ଭୋଇ ଅବକାରୀ ବିଭାଗ କର୍ମଚାରୀ ଚନ୍ଦାହାଣ୍ଡି ବ୍ଲକର ହରଡାପଡା,ପଲସାପଡା ଓ ପୁଜାରୀଗୁଡା ଗ୍ରାମରେ ଚଡାଉ କରିଥିଲେ। ଚଢାଉ ସମୟରେ ହରଡାପଡା ରେ ବେଆଇନ ଭାବେ ରନ୍ଧା ହେଉଥିବା ୨୪୦୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହ ପୁଜାରୀଗୁଡାରେ ବଢାଉ କରି ପ୍ରାୟ ୩୦୭ ଲିଟର ମଦ ନଷ୍ଟ ସହ ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଥିଲେ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ୪୧ ସିଆରପିସି ନୋଟିସ ଦେଇ ଛଡାଯାଇ ଥିବା ଉମରକୋଟ ଅବକାରୀ ଇନ୍ସପେକ୍ଟର ରଞ୍ଜିତା ବାରିକ ସୂଚନା ଦେଇଛନ୍ତି !