ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ନୀଳଗିରି,୨୨/୬(ଆ.ପ୍ର):ନୀଳଗିରି ସେରଗଡ଼ ରାସ୍ତା ଓଲଡଙ୍ଗ ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ ବାଲେଶ୍ଵର ମାଛୁଆସାହି ଅଞ୍ଚଳର ଏସକେ ଆକବର ଓ ଅଳସୁଆ ଅଞ୍ଚଳର ଗୋପବନ୍ଧୁ ମଲ୍ଲିକ।

ଉଭୟ ରାସ୍ତାରେ ପଡି ଛଟପଟ ଡାକୁଥିବା ବେଳେ ଆମ୍ବୁଲାନ୍ସ ବହୁ ସମୟ ଧରି ଆସିନଥିଲା।ପରେ ସ୍ଥାନୀୟ ଯୁବକ ଦେବାଶିଷ ନାୟକ,ଚିନମୟ ଶରଣ ରାଉତ,ଜଗନ ରାଉତ,ଜୟନ୍ତ ପାତ୍ର ଏକ ବୋଲେରୋରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.