ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନକଲି ଆଧାରକାର୍ଡ ଦେଖାଇ ସଂସଦ ଭବନରେ କରିଥିବା ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ, ୭/୬:  ନକଲି ଆଧାର କାର୍ଡ ଦେଖାଇ ସଂସଦ ଭବନରେ ପସିଲେ ୩ ଶ୍ରମିକ।  କାମ କରିବା ଆଳରେ  ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଉତ୍ତରପ୍ରଦେଶର ତିନିଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି। ଜାଲିଆତି ଏବଂ ପ୍ରତାରଣା ଅଭିଯୋଗରେ ଦିଲ୍ଲୀ ପୋଲିସ ଏହି  ଅଭିଯୁକ୍ତ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତମାନେ ହେଲେ କାସିମ, ମୋନିସ ଏବଂ ସୋଏବ ବୋଲି ଜଣାପଡିଛି । 

ସୂଚନା ମୁତାବକ, ଗତ ମଙ୍ଗଳବାର ଦିନ ସେମାନେ ସୁରକ୍ଷା ଯାଞ୍ଚ ପାଇଁ ଏକ ଧାଡିରେ ଠିଆ ହୋଇଥିଲେ । ସେହି ସମୟରେ  ସଂସଦ ଗୃହର ଫ୍ଲାପ୍ ଗେଟ୍ ପ୍ରବେଶ ଦ୍ୱାରରେ ସିଏସ୍ଏଫ୍ କର୍ମଚାରୀମାନେ ଏହି ତିନି ଜଣଙ୍କୁ ଅଟକ ରଖିଥିଲେ। ସେହି ସମୟରେ ଅଭିଯୁକ୍ତମାନେ ସିଏସ୍ଏଫ୍ କର୍ମଚାରୀଙ୍କୁ ସେମାନଙ୍କର ଆଧାର କାର୍ଡ ଦେଖାଇଥିଲେ , ସେତେବେଳେ ସେମାନେ ପ୍ରମାଣପତ୍ର ସବୁ ସନ୍ଦେହଜନକ ମନେ ହୋଇଥିଲା। ଏନେଇ ଅଧିକ ଯାଞ୍ଚ ହେବାରୁ  ସେମାନେ ଜାଲ୍ ଆଧାରକାର୍ଡ ଆଣିଛନ୍ତ ବୋଲି ସଙ୍ଗେ ସଙ୍ଗେ ଜଣାପଡ଼ିଥିଲା।  ତେବେ ଏହି ଘଟଣାକୁ ନେଇ ସେମାାନଙ୍କୁ ଆଜି ଗିରଫ କରାଯାଇଛି ।  ତଦନ୍ତରୁ ଜଣାପଡିଛି ଯେ ସେମାନେ ଡି ଭି ପ୍ରୋଜେକ୍ଟସ ଲିମିଟେଡ ଦ୍ୱାରା କାମ ପାଇଁ ନିଯୁକ୍ତ ହୋଇଥିଲେ ଏବଂ ସଂସଦ କମ୍ପ୍ଲେକ୍ସ ଭିତରେ ସାଂସଦଙ୍କ ଲାଉଞ୍ଜ ନିର୍ମାଣରେ ନିୟୋଜିତ ହୋଇଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.