ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୧ରୁ କାର୍ଯ୍ୟ ବନ୍ଦ କରିବେ ୫ ହଜାର ଆଗ୍ନିକ

ଭୁବନେଶ୍ୱର, ୨୦/୦୨ : ଧନଜୀବନ ଉଦ୍ଧାର ପାଇଁ ଜୀବନକୁ ବାଜି ଲଗାଉଛୁ। ବାତ୍ୟା, ଝଡ଼, ନିଆଁ ଭଳି ବିପତ୍ତିକୁ ପ୍ରତିଦିନ ସାମ୍ନା କରୁଛୁ । ହେଲେ, ସରକାର ଆମ ଦରମାରେ ପାତରଅନ୍ତର କରୁଛନ୍ତି । ସଂଘକୁ ଏଯାଏ ସ୍ୱୀକୃତି ମିଳିଲାନି । ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ଆଗ୍ନିକ, ଡ୍ରାଇଭର ଓ ହାବିଲଦାର । ଆସନ୍ତା ୨୧ ତାରିଖରୁ ୫ ହଜାର ଆଗ୍ନିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । 

ଓଡି଼ଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ମୁଖ୍ୟ ଆଗ୍ନିକ ଅକ୍ଷୟ ପ୍ରଧାନ କହିଥିଲେ, ମୋଟ ୧୩ଟି ପଦବି ସ୍ତରରୁ ୧୧ଟି ପଦବୀରେ ଅବସ୍ଥାପିତ ଓଡି଼ଶା ଅଗ୍ନିଶମ ସେବା କର୍ମଚାରୀମାନେ ଓଡି଼ଶା ପୁଲିସ ସିପାହୀ ସ୍ତରରେ ଦରମା ପାଉଛନ୍ତି । କିନ୍ତୁ ବାକି ୨ଟି ସ୍ତର ପଦବିରେ ଥିବା ଆଗ୍ନିକ, ଡ୍ରାଇଭର, ହାବିଲଦାରମାନଙ୍କ ଦରମାରେ ପାତରଅନ୍ତର କରାଯାଉଛି । ଏହା ବିରୋଧରେ ଗତବର୍ଷ ଡିସେମ୍ବର ୧୧ରୁ ଜାନୁଆରୀ ୨୨ ତାରିଖ ଯାଏ କର୍ମଚାରୀମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କଲେ । କର୍ମଚାରୀଙ୍କ ପରିବାର ଲୋକ ମଧ୍ୟ ଗୋଟିଏ ବେଳା ଖାଦ୍ୟ ଗ୍ରହଣ କରି ଅଭିନବ ଉପାୟରେ ବିକ୍ଷୋଭ କଲେ । ସରକାର ନୀରବ ରହିବାରୁ ଆମେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବୁ । ପ୍ରାକୃତିକ ବିପର୍ଯ୍ୟୟ ଓ ବିପତ୍ତିରେ ଯାହା କ୍ଷତି ହେବ, ଏଥିପାଇଁ ସରକାର ଦାୟୀ ରହିବେ । ସାମ୍ବାଦିକ ସମ୍ମିଳନୀରେ ଜୟପ୍ରକାଶ ସେଠୀ, ନୀଳମାଧବ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.