ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୂଳଡିହା ସୀମାନ୍ତରୁ ୬ ଶିକାରୀ ଗିରଫ, ୬ ବନ୍ଧୁକ ଜବତ

ନୀଳଗିରି, ୨୧/୦୩ : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟରେ ୨ ସବୁଜ ବାହିନୀଙ୍କୁ ଶିକାରୀଙ୍କ ଆକ୍ରମଣ ପରେ ଚେଇଁଲା ବନ ବିଭାଗ। ସୀମାନ୍ତରେ ବନ ବିଭାଗର ରାତି ଅଧିଆ କମ୍ବିଂ ଅପରେସନ ହୋଇଛି। କୂଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢ଼ାଉରେ ଡେଉଁଚଖାଲ ଅଞ୍ଚଳରୁ ୬ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ୬ ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। 

ସୂଚନାନୁଯାୟୀ, ଶିକାରୀ ଗୁଳିରେ ବନ କର୍ମଚାରୀ ଗୁରୁତର ହେବା ପରେ କୂଳଡିହା ବନ ବିଭାଗ ଆକ୍ସନ ମୁଡ୍‌କୁ ଆସିଛି। ଗୋଟେ ଦିନ ପୂର୍ବରୁ ବନ ବିଭାଗ ଓ ପୋଲିସ ପକ୍ଷରୁ ମଲ୍ଲିବଣିଆ ଠାରେ ଏକ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରି ୪ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିଲା। ଏହା ସହ ଜଣକୁ ଗିରଫ କରାଯାଇଥିଲା। ତେବେ ଅଭୟାରଣ୍ୟ ସୀମାନ୍ତରେ ଏତେ ପରିମାଣରେ ବନ୍ଧୁକ ଜବତ ହେବା ପରେ ପୂର୍ବରୁ ବନ ବିଭାଗ କେଉଁଠାରେ ଚେଇଁ ଶୋଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.