ଭୁବନେଶ୍ଵର, ୧୦/୦୨ : କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର। କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ହାତ ଧରିଛନ୍ତି। ପ୍ରଭାରୀ, ପିସିସି ସଭାପତି, ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।
ଓଡ଼ିଶାରେ ଆଞ୍ଚଳିକବାଦ ସହିତ ଓଲିଉଡରେ ଭେଦଭାବ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ଅଭିନେତା ମନୋଜ ମିଶ୍ର। ଆଜି ସେ ଭୁବନେଶ୍ଵର ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ହାତ ଧରିଛନ୍ତି। କିଛି ପ୍ରଯୋଜକ ମନୋଜଙ୍କୁ ବାସନ୍ଦ କରିଥିବା ପ୍ରସଙ୍ଗରେ ବିବାଦ ହୋଇଥିଲା। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମନୋଜଙ୍କ ସପକ୍ଷରେ ମତ ରଖିଥିଲେ।
କଂଗ୍ରେସରେ ଯୋଗଦେବା ପରେ ମନୋଜ କହିଛନ୍ତି ଯେ, ନେତା ହେବାକୁ ନୁହେଁ ବରଂ ସେବକ ହେବାକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ସରକାର ଏଥି ପ୍ରତି ଦୃଷ୍ଟି ଦେଉନାହାଁନ୍ତି । ତେଣୁ ଲୋକଙ୍କ ସ୍ୱର ଉଠାଇବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି ।