ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁଧୁରି ଯାଅ , ନୁହେଁତ ଆପଣଙ୍କୁ …ପ୍ରଧାନମନ୍ତ୍ରୀ ମୋଦିଙ୍କ କଂଗ୍ରେସ ସହ ବିରୋଧୀଙ୍କୁ ଚେତାବନୀ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶ , ରାଜସ୍ଥାନ ସମେତ ୩ଟି ରାଜ୍ୟରେ ବିଜେପିର ଦମଦାର ବିଜୟ  ପରେ ପରେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ ଇଣ୍ଡିଆ ଗଠବନ୍ଧନର ଦଳକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଜେପି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରି କହିଛନ୍ତି , ଏହି ନିର୍ବାଚନ କଂଗ୍ରେସ ଓ ଅହଙ୍କାରୀ ଗଠବନ୍ଧନ ପାଇଁ ଏକ ବଡ଼ ଶିକ୍ଷା। 

ସତ ହୋଇଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ଭବିଷ୍ୟବାଣୀ , କହିଥିଲେ ଲେଖିକି ରଖିନିଅ

କଂଗ୍ରେସ ସମେତ ବିପକ୍ଷ ଦଳ ଉପରେ ହମଲା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି - ଏମିତି ଦଳଙ୍କୁ ଆଜି ଚେତାବନୀ ଦିଆଯାଇଛି କି, ସେମାନେ ସୁଧୁରି ଯାଆନ୍ତୁ, ନୁହେଁତ ଜନତା ଆଜି ଆପଣଙ୍କୁ ଗୋଟି ଗୋଟି କରି ଶେଷ କରିଦେବେ। ପ୍ରଧାନମନ୍ତ୍ରୀ କହିଛନ୍ତି , ଏହି ନିର୍ବାଚନ ଫଳାଫଳ କଂଗ୍ରେସ ଓ ତାର ଅହଙ୍କାରୀ ଗଠବନ୍ଧନ ପାଇଁ ବଡ଼ ଚେତାବନୀ ସଦୃଶ। ଦେଶର ଜନତାଙ୍କ ହୃଦୟ ଜିତିବା ପାଇଁ ରାଷ୍ଟ୍ର ସେବାର ଜୋସ୍‌ ଥିବା ଆବଶ୍ୟକ। 

୩ ରାଜ୍ୟରେ ବିଜେପିର କମାଲ, ମୋଦୀ କହିଲେ- ସବକା ସାଥ୍‌, ସବକା ବିକାଶ ଭାବନାର ବିଜୟ ହୋଇଛି

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଗାଳି-ଗୁଲଜ , ନିରାଶ ଓ ନକରାତ୍ମକରେ ସବୁ ଗର୍ବୀ ଗଠବନ୍ଧନକୁ ମିଡ଼ିଆ ହେଡଲାଇନ୍‌ ନିଶ୍ଚୟ ଦେଇପାରେ। କିନ୍ତୁ ଲୋକଙ୍କର ହୃଦୟରେ ସ୍ଥାନ ଦେଇ ପାରିବ ନାହିଁ। ଆଜି ଫଳାଫଳ ସେହି ଶକ୍ତି ଗୁଡ଼ିକୁ ବି ଚେତାବନୀ , ଯାହା ପ୍ରଗତି ଓ ଜନ କଲ୍ୟାଣର ରାଜନୀତି ବିରୋଧରେ ଠିଆ ହୋଇ ରହିବା। ଯେବେ ବି ବିକାଶ ହୋଇଥାଏ , କଂଗ୍ରେସ ଓ ଏହାର ସାଥି ବିରୋଧ କରିଥାନ୍ତି । ଯେବେ ଆମେ ବନ୍ଦେ ଭାରତ ଲଞ୍ଚ କରିଥାଉ ତ କଂଗ୍ରେସ ଓ ଏହାର ସାଥି ପ୍ରତିବନ୍ଧକ ସୃଷ୍ଟି କରନ୍ତି । ଏମିତି ଦଳ ଗୁଡ଼ିକୁ ଆଜି ଚେତାବନୀ ମିଳିଛି। 

ପ୍ରଧାନମନ୍ତ୍ରୀ ମୋଦି ବିଜୟକୁ ଐତିହାସିକ ଦର୍ଶାଇ ରବିବାର କହିଛନ୍ତି କି ଏହି ବିଜୟ ସବକା ସାଥ୍ ସବକା ବିକାଶର ଭାବନାର ବିଜୟ ଏବଂ ଦୁର୍ନୀତିରେ ଲିପ୍ତ ଦଳ ପରାଜିତ ହୋଇଛନ୍ତି। ସେ ଏହି ବିଜୟକୁ ୨୦୨୪ରେ ହାଟ୍ରିକ୍ ର ଗାରେଣ୍ଟି ବି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଦଳ ମୁଖ୍ୟାଳୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରି ଦଳର ବିଜୟକୁ ମାତା , ଭଉଣୀ , ଯୁବ ସାଥି ଓ ଗରିବ ପରିବାରକୁ ସମର୍ପିତ କରିଛନ୍ତି  କହିଛନ୍ତି , ମୁଁ ସେମାନଙ୍କ ନିର୍ଣ୍ଣୟ ସାମନାରେ ନତମସ୍ତକ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.