ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମୃତ୍ୟୁ ଘଟଣା: ପୋଷ୍ଟମର୍ଟମ ରିପୋର୍ଟ କହୁଛି ପାଣିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ, ଏବେ ମୋବାଇଲ୍‌ ସାହାଭରସା

ରାଉରକେଲା,୦୫/୧୧: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ  କଲେକ୍ଟର ସୁସ୍ମିତା ମିଞ୍ଜ (୩୫) ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଅଡୁଆ ସୂତାରେ ଗୁଡାଇ ହୋଇଯାଇଥିବା ବେଳେ ଖୋଲିବାର ନାଁ ଧରୁନି । ପୋଷ୍ଟମର୍ଟମ ରିପୋର୍ଟ କହୁଛି ପାଣିରେ ଶ୍ୱାସରୁଦ୍ଧ ହୋଇ ସୁସ୍ମିତାଙ୍କ ମୃତ୍ୟୁ ଘଟିଛି । ଭେସ୍ରା ଯାଞ୍ଚ ପାଇଁ ଭୁବନେଶ୍ୱର ସ୍ଥିତ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠା ଯାଇଥିଲା । ସେଥିରୁ ମଧ୍ୟରୁ ହତ୍ୟାକାଣ୍ଡ ନେଇ କୌଣସି ସୁରାକ୍‌ ମିଳିନଥିଲା । 

ଅପରପକ୍ଷେ ପରିବାର ସଦସ୍ୟ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଉଠାଇଥିଲେ, ସେମାନଙ୍କୁ ଜେରା ସରିଲାଣି । ତଥାପି ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ  ଘଟଣାର ଖୁଲାସା ଆଜି ଯାଏ ହୋଇପାରୁନି । ଏବେ ମୃତ ସୁସ୍ମିତାଙ୍  ମୋବାଇଲ୍‌ ଉପରେ ଭରସା କରିଛି ତଦନ୍ତକାରୀ ସେଲ୍‌ (ଏଚ୍‌ଆରପିସି) । ହେଲେ ସୁସ୍ମିତାଙ୍କ ମୋବାଇଲ୍‌ର ଲକ୍‌ ପାର୍ଟନ୍‌ ଖୋଲୁନଥିବାରୁ ତାହାକୁ ମଧ୍ୟ ଭୁବନେଶ୍ୱର ଲ୍ୟାବ୍‌କୁ ପଠାଯାଇଥିବା ବିଶେଷ ସୂତ୍ରରୁ  ଜଣାପଡ଼ିଛି । ହେଲେ କେବେ ଏହି ହତ୍ୟାକାଣ୍ଡର ରହସ୍ୟ ଲୋକଲୋଚନକୁ ଆସିବ ଏବେ ତାହାକୁ ସହରବାସୀ ଅପେକ୍ଷା କରି  ରହିଛନ୍ତି ।  

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମୃତ୍ୟୁ ଘଟଣାର ତଦନ୍ତଭାର ସେପ୍ଟେମ୍ବର ୨୭ରେ ପୁଲିସ୍‌ ବିଭାଗର ମାନବଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି)  ନେଇଥିଲା । ମୃତ୍ୟୁ ପୂର୍ବରୁ ସୁସ୍ମିତା ରହିଥିବା ଦୁଇଟି ହୋଟେଲ ରୁମ୍‌କୁ ଯାଞ୍ଚ କରିବା ସହ ସମ୍ପୃକ୍ତ ହୋଟେଲର ମ୍ୟାନେଜର ଓ କର୍ମଚାରୀ ଏଚ୍‌ଆରପିସି ଡିଏସ୍‌ପିଙ୍କ ନିକଟରେ ହାଜର ହୋଇଥିଲେ । ସୁସ୍ମିତାଙ୍କ ମୃତଦେହ ମିଳିଥିବା ସେନ୍‌ସୋରୀ ପାର୍କରେ ତଦନ୍ତକାରୀ ଟିମ୍‌ ପହଞ୍ଚି ତନତନ କରି ଯାଞ୍ଚ କରିଥିଲା । ପରିବାର ସଦସ୍ୟଙ୍କ ସମେତ ଅଭିଯୋଗ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଜେରା କରିଥିଲା । ସବୁ ଦିଗରୁ ତଦନ୍ତକାରୀ ଟିମ୍‌ ତଦନ୍ତ ସାରିଥିଲେ ମଧ୍ୟ ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିନି ।

Copyright © 2022 - Summa Real Media Private Limited. All Rights Reserved.