ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତକୁ ଅଷ୍ଟ୍ରେଲିଆ ମହିଳା କ୍ରିକେଟ କ୍ୟାପଟେନ୍‌ଙ୍କ ଚ୍ୟାଲେଞ୍ଜ, ଟର୍ନିଂ ପିଚ୍‌କୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୯୧୨  ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଗୋଟିଏ ଟେଷ୍ଟ, ତିନୋଟି ଟି -୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କରିବ। ଭାରତ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏହାର ନୂତନ ଅଧିନାୟକ ଘୋଷଣା କରିଛି, ଆଲିସା ହେଲିଙ୍କୁ ନୂତନ ଅଧିନାୟକ କରାଯାଇଛି। ହେଲି ଦଳର ଅଧିନାୟକ ହେବା ମାତ୍ରେ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟଙ୍କୁ ଦେଇଛନ୍ତି ଚ୍ୟାଲେଞ୍ଜ ଦେଇଛନ୍ତି। ହେଲି ଭାରତୀୟ ଟର୍ନିଂ ପିଚ୍ ବିଷୟରେ ହେଲି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଟର୍ଣ୍ଣିଂ ପିଚ୍‌ କଲେ ତାଙ୍କ ପାଇଁ ମଧ୍ୟ ଅଡୁଆ। କାରଣ ଆମ ପାଖରେ ଭଲ ସ୍ପିନର ଅଛନ୍ତି।

ମେଗ ଲାନିଂଙ୍ଗ ଅଚାନକ ସନ୍ୟାସ ନେବା ପରେ ଶନିବାର ହେଲିଙ୍କୁ ସବୁ ଫର୍ମାଟରେ  ଅଷ୍ଟ୍ରେଲିଆର କ୍ୟାପଟେନ୍ କରାଯାଇଥିଲା। ସେ କହିଛନ୍ତି ଭାରତ ଯଦି ଟର୍ଣ୍ଣିଂ ପିଚ୍‌ ତିଆରି କରେ ତେବେ ତାଙ୍କ ପାଖରେ ଦୁନିଆର ସର୍ବଶ୍ରେଷ୍ଟ ଲେଗ୍  ସ୍ପିନର ଅଛନ୍ତି। ସେ କହିଛନ୍ତି, ମୁଁ ଦେଖିବାକୁ ଚାହୁଁଛି ଯେ, କିଭଳି ଓ୍ବିକେଟ ତିଆରି ହେବ ?  ଆମ ପାଖରେ ଭଲ ସ୍ପିନର ଅଛନ୍ତି, ଯଦି ସେମାନେ ଟର୍ଣ୍ଣିଂ ପିଚ୍‌ ତିଆରି କରନ୍ତି ତେବେ ସେମାନେ ନିଜ ପାଇଁ ସମସ୍ୟା ସୃଷ୍ଟି କରିବେ। ଆମ ପାଖରେ ଏଶ୍ ଗାର୍ଡନର ଅଛନ୍ତି, ଯିଏକି ଇଂଲଣ୍ଡର ୯ ଓ୍ବିକେଟ ନେଇଥିଲେ। ସେ କହିଛନ୍ତି, ଏହା ଦେଖିବା ଖୁବ୍ ରୋଚକ  ସେମାନେ ଭଲ ଓ୍ବିକେଟ ତିଆରି କରୁଛନ୍ତି କି ନାହିଁ? ମୁଁ ଆଇପିଏଲ ମ୍ୟାଚ୍ ବ୍ୟତୀତ ଓ୍ବାଙ୍ଖଡେରେ ଖେଳିନି। ମୁଁ ଏହି ଅନୁଭବକୁ ନେଇ ଖୁବ୍ ରୋମାଞ୍ଚିତ ଅଛି।

ଉଲ୍ଲେଖନୀୟ ଯେ, ମେଗ ଲାନିଂଙ୍ଗ ସନ୍ୟାନ ନେବା ପରେଏଲିସା ହେଲିଙ୍କୁ ଅଷ୍ଟ୍ରେଲିଆ ଟିମ୍‌ ସବୁ ଫର୍ମାଟର କ୍ୟାପଟେନ୍ ଭାବରେ ନିଯୁକ୍ତ କରାଯାଇଛି। ସେ ଚଳିତ ମାସ ଭାରତ ଗସ୍ତରେ ଆସୁଥିବା ବେଳେ ନୂଆ ଭୂମିକା ଆରମ୍ଭ କରିବେ । ଅଷ୍ଟ୍ରେଲିଆ ଟିମ୍ ୨୧ ଡିସେମ୍ବରରେ ମୁମ୍ବାଇରେ ଏକ ଟେଷ୍ଟ, ତିନୋଟି ଓ୍ବାନଡେ ଓ ତିନୋଟି ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବାକୁ ଭାରତ ଗସ୍ତ କରିବେ। ହେଲି ଏହା ପୂର୍ବରୁ ଜୁନ୍‌ରେ ଇଂଲଣ୍ଡ, ଆୟରଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.