ସୂଚନାନୁଯାୟୀ, ରାମ ମାଝୀ ଶୁକ୍ରବାର ସନ୍ଧ୍ୟାରେ କାଶୀପୁର ଠାରୁ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହିତ ଧକ୍କା ହୋଇଥିଲେ। ଦୁର୍ଘଟଣାରେ ରାମ ମାଝୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କାଶୀପୁର ସିଏଚସିରେ ଚିକିତ୍ସା କରାଯାଉଛି। ବିଭିନ୍ନ ସମୟରେ ବର୍ତ୍ତିବାଲି ଘାଟୀରେ ଦୁର୍ଘଟଣା ଘଟୁଥିବାରୁ ଜନ ଜୀବନ ହାନି ହେଉଛି। ଦୁର୍ଘଟଣାର ସୂଚନା ପାଇ କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୁଣି ସରଗରମ ମହାରାଷ୍ଟ୍ର ରାଜନୀତି ! ନଓ୍ବାବ ମଲିକଙ୍କ...