ଭୁବନେଶ୍ୱର,୧୧/୧୧: ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ୫୦ପ୍ରତିଶତ ପିସିରେ ସରକାର ଚାଲିଛି । ଓଡିଶାରେ ଗ୍ରାମସଭାରୁ ନେଇ ବିଧାନସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି ଆସନ୍ତା ୧୪ରୁ ୧୮ତାରିଖ ଯାଏଁ ସମସ୍ତ ବ୍ଲକ ଆଗରେ ଜନଆକ୍ରାଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାଜ୍ୟର ୮ ଲକ୍ଷ ୫୯ ହଜାର ଗରିବ ହିତାଧିକାରୀ ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏବେ "ଆମ ଓଡିଶା ନବୀନ ଓଡିଶା' ଯୋଜନା ମଧ୍ୟ ସେଭଳି ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରି ବ୍ୟୁରୋକ୍ରାଟମାନଙ୍କ ଦ୍ୱାରା ଚାଲୁଛି ଯାହା ଫଳରେ ଗାଁ ଗାଁରେ ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି ବୋଲି ସେ କହିଛନ୍ତି । ଶୁକ୍ରବାର ସରକାରଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀମାନଙ୍କର କୌଣସି ଭୂମିକା ନାହିଁ । କେବଳ ଅଫିସରମାନେ ସେଠାରେ ମାଲିକ ସାଜିଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଥିବା ଜନ ଆକ୍ରାଶକୁ ବିଜେପି ଏକ ଗଣବିକ୍ଷୋଭର ରୂପ ଦେବ ବୋଲି ସେ କହିଛନ୍ତି ।