ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶୁକ୍ରବାର ବରମୁଣ୍ଡା ବସ୍‌ ଟର୍ମିନାଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ

ଭୁବନେଶ୍ୱର,୦୧/୦୨: ଆଜି ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ଷ୍ଟାଣ୍ଡ (ବିଏସ୍‌ଏବିଟି)  ଲୋକାର୍ପଣ  ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ଏୟାରପୋର୍ଟ ଟର୍ମିନାଲ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇବେ ଯାତ୍ରୀ । 

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ପକ୍ଷରୁ ପ୍ରାୟ ୨୧୧ କୋଟି ଟଙ୍କା ଖର୍ଚ୍ଚରେ ଏହି  ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରାଯାଇଛି। ଏହି  ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସବୁ ସୁବିଧା ଉପଲବ୍ଧ  ହେବ । ଏଥିରେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର,  ଆହାରକେନ୍ଦ୍ର, ମିଲେଟ୍‌ କାଫେ, ରେଷ୍ଟୁରାଣ୍ଟ, ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା,ଏସ୍କାଲେଟ୍‌ର,  ବସ୍‌ ଟିକେଟ୍‌ କାଉଣ୍ଟର ରହିଛି । 

ବସ୍‌ଷ୍ଟାଣ୍ଡରେ ପଶିବା ପରେ ଯାତ୍ରୀଙ୍କ ଯାଞ୍ଚ  ପାଇଁ ହାଇ ସିକ୍ୟୁରିଟି ବ୍ୟାଗେ୍‌ଜ କାଉଣ୍ଟର ରହିଛି । ସେଠାରେ ଯାଞ୍ଚ ପରେ ଭିତରକୁ ପ୍ରବେଶ କରିବେ ଯାତ୍ରୀ । ସେଠାରେ ଲାଗିଥିବା ବଡ଼ ବଡ଼ ଡିସପ୍ଲେରେ  ବସ୍‌ ରୁଟର ସମ୍ପୂର୍ଣ୍ଣ ବିବରଣୀ ରହିବ । ଯାତ୍ରୀ ଯେଉଁ  ସ୍ଥାନକୁ ଯିବାକୁ ଚାହୁଥିବେ, ସେହି ଗେଟ୍‌ ମାଧ୍ୟମରେ  ବସ୍‌ ପାଖରେ ପହଞ୍ଚି ପାରିବେ । ଜରୁରୀକାଳୀନ ସେବା ପାଇଁ ଟର୍ମିନାଲ ଭିତରେ ମେଡିକାଲ ଆଉଟ୍‌ ପୋଷ୍ଟ ଖୋଲାଯାଇଛି । ସକାଳ ୭ଟାରୁ ରାତି ୯.୩୦  ପର୍ଯ୍ୟନ୍ତ ଏହା ଖୋଲା ରହିବ । ଏଥିରେ ଜଣେ  ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍‌ ରହିବେ । ସେହିପରି ଦିବ୍ୟାଙ୍ଗ ପାଇଁ ଷ୍ଟ୍ରେଚର ବ୍ୟବସ୍ଥା ରହିଛି ।  

ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ  (ଓଏସ୍‌ଆରଟିସି), ମୋ ବସ୍‌ ଓ ଘରୋଇ ବସ୍‌  ମାଲିକ ସଂଘ ପାଇଁ ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର  ଖୋଲିବ । ଏହା ସହ ଓଟିଡିସି ଆଉଲେଟ୍‌  ମଧ୍ୟ ଖୋଲାଯାଇଛି । ସେହିପରି ବାବା ସାହେବ ଆମ୍ବେଦକର ସମ୍ପର୍କିତ ଏକ ସ୍ୱତନ୍ତ୍ର ମ୍ୟୁଜିଅମ୍‌ ଟର୍ମିନାଲ ଭିତରେ ଖୋଲିଛି । ପୁଲିସ ଆଉ ପୋଷ୍ଟ, ଦୋକାନ, ଘରୋଇ ବସ୍‌ ମାଲିକ ସଂଘ ଅଫିସ,  କ୍ରୁଟ ଅଫିସ୍‌, ବିଡିଏର ଅଫିସ୍‌ ମଧ୍ୟ ଖୋଲିବ ।  ସମସ୍ତ ବସ୍‌ ବରମୁଣ୍ଡା ମୁଖ୍ୟ ଗେଟ୍‌ ଦେଇ  ପଶିବେ । ପାଖକୁ ଲାଗିଥିବା ଥିବା ଆଉ ଏକ ଗେଟ୍‌ରେ  ଗାଡ଼ି ବାହାରିବ । ବ୍ରହ୍ମପୁର, ଖୋର୍ଦ୍ଧା ଅଭିମୁଖେ ଯିବାକୁ  ଥିବା ଗାଡ଼ି ଫାୟାରଷ୍ଟେସନ ଦେଇ ୟୁ ଟର୍ଣ୍ଣ କରିବେ ।  

ସମସ୍ତ ଯାତ୍ରୀ ଟାଟା ମୋଟର୍ସ ପାଖରେ ଥିବା ଗେଟ୍‌ରେ ପଶି ବସ୍‌ ଷ୍ଟାଣ୍ଡରେ ପହଞ୍ଚିବେ । ବସ୍‌ଷ୍ଟାଣ୍ଡ ଭିତରେ  ହିଁ ମୋ ବସ୍‌ ସେବା ମିଳିବ । ଜଣେ ଯାତ୍ରୀ ସହର  ଭିତରକୁ ଯିବାକୁ ଚାହୁଥିଲେ ବସ୍‌ ଟର୍ମିନାଲ ଭିତରୁ  ହିଁ ମୋ ବସ୍‌ ଧରି ପାରିବେ । ମୋଟ୍‌ ୫୦ ବସ୍‌ ବେ  ରହିଛି । ସେଥିମଧ୍ୟରେ ୪୪ଟି ବସ୍‌ ବେ ସାଧାରଣରେ  ବ୍ୟବହାର ହେବ । ବାକି ୬ଟି ସ୍ୱତନ୍ତ୍ର ବସ୍‌ ବେ ରହିଛି ।  

ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଟେକନ୍ନୋଲୋଜିରେ  ପରିଚାଳନା କରାଯିବ । ବସ୍‌ ଟର୍ମିନାଲ ଭିତରେ  ପଶିବାଠୁ ଆରମ୍ଭ କରି ବାହାରିବା ପର୍ଯ୍ୟନ୍ତ ସବୁ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସିଷ୍ଟମ ପରିଚାଳନା କରିବ ।  ଏକ ଘରୋଇ କମ୍ପାନିକୁ ପରିଚାଳନା କରିବାକୁ ଦାୟିତ୍ୱ  ଦିଆଯାଇଛି । ବିଡିଏ ସବୁ କାମର ତଦାରଖ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.