ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିଏମ୍ ମୋଦୀଙ୍କୁ ଟକ୍କର ଦେବାକୁ ବାରଣାସୀ ଯିବେ ନୀତିଶ କୁମାର, ଏହି ସିଟରେ ଦମ୍ ଦେଖାଇବ ଯେଡିୟୁ

ନୂଆଦିଲ୍ଲୀ,୯/୧୨ :  ୫ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଏବେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଏବେ ଅଣ୍ଟା ଭିଡ଼ିବାକୁ ଲାଗିଛନ୍ତି । ଏହିକ୍ରମରେ ବିହାରର ସିଏମ୍ ନୀତିଶ କୁମାର ବାରଣାସୀରେ ନିର୍ବାଚନ ପ୍ରଚାର କରିବାକୁ ଆସିବାରେ ଅଛନ୍ତି । ଏନଡିଏ ଗଠବନ୍ଧନକୁ ହରାଇବାକୁ ଦେଶର ବହୁ ବିପକ୍ଷୀ ଦଳ ଇଣ୍ଡିଆ ଗଠବନ୍ଧନ ବନାଇଛନ୍ତି । ଯାହାକୁ ଦେଖି କୁହାଯାଉଛି କି ଜନତା ଦଳ(ୟୁନାଇଟେଡ)ର ନେତା ଏବଂ ବିହାରର ସିଏମ୍ ନୀତିଶ କୁମାର ୟୁପିରୁ ଲୋକସଭା ନିର୍ବାଚନ ଲଢିପାରନ୍ତି । 

ବାରଣାସୀ ଲୋକସଭା ସିଟ୍‌ରେ ଗତ ଦୁଇଥର ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏପରିସ୍ଥଳରେ ଇଣ୍ଡିଆ ଗଠବନ୍ଧନ ତରଫରୁ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ବାରଣାସୀରେ ପ୍ରଚାର ଅଭିଯାନର ଆରମ୍ଭ କରିବେ । ତାଙ୍କୁ ଇଣ୍ଡିଆ ଗଠବନ୍ଧନର ପିଏମ୍ ଚେହେରା କରାଯିବା ଆଶା କରାଯାଉଛି । ଏହା ମଧ୍ୟରେ ଖବର ମିଳୁଛି କି ବିହାରର ସିଏମ୍ ନୀତିଶ କୁମାର ଲୋକସଭା ନିର୍ବାଚନ ପ୍ରଚାର ବାରଣାସୀରୁ ଆରମ୍ଭ କରିବାକୁ ଯାଉଛନ୍ତି ।

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାର ୨୪ଡିସେମ୍ବରରେ ନିଜ ପ୍ରଥମ ଜନସଭା ବାରଣାସୀରେ କରିବେ । ବାରଣାସୀର କୁର୍ମୀ ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ବିହାର ସିଏମ୍ ନୀତିଶ କୁମାର ବାରଣାସୀର ରୋହନୀୟାରେ ଜନସଭାକୁ ସମ୍ବୋଧିତ କରିବେ । ଏହି ସୂଚନା ବିହାରର କ୍ୟାବିନେଟ ମନ୍ତ୍ରୀ ଏବଂ ଜେଡିୟୁର ସଂଗଠନ ମନ୍ତ୍ରୀ ଦେଇଛନ୍ତି । ପ୍ରକାଶ ଯେ, ନୀତିଶ କୁମାର ଉତ୍ତର ପ୍ରଦେଶର ଫୁଲପୁର, ବନାରସ ଏବଂ ଆମ୍ବେଡକର ନଗରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି । ସେହିପରି ଅନ୍ୟପଟେ ନୀତିଶ କୁମାର ପ୍ରତାପଗଢରୁ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି ।

ପ୍ରକାଶ ଯେ, ୨୪ଡିସେମ୍ବରରେ ବାରଣାସୀ‌ରେ ନୀତିଶ କୁମାରଙ୍କ ନିର୍ବାଚନୀ ଜନସଭା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ଡିସେମ୍ବରରେ ବାରଣାସୀ ଆସୁଛନ୍ତି । ପିଏମ୍ ନରେନ୍ଦ୍ର ମୋଦୀ ବି ବାରଣାସୀରୁ ହିଁ ଲୋକସଭା ନିର୍ବାଚନ ୨୦୨୪କୁ ନେଇ ନିଜ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କାର୍ଯ୍ୟକାଳ ସମୟରେ ଏହା ତାଙ୍କର ୪୩ଥର ବାରଣାସୀ ଗସ୍ତରେ ଆସୁଛନ୍ତି । ଏହି ସମୟରେ ସେ ବାରଣାସୀରେ ଦର୍ଜନଭରରୁ ଅଧିକ ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.