ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ

ଭୁବନେଶ୍ଵର, ୨୬/୦୨ : ଆସନ୍ତା ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ CEO ବିଲ୍ ଗେଟ୍ସ। ତାଙ୍କ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ସହ ଭୁବନେଶ୍ବର କୃଷି ଭବନ ପରିଦର୍ଶନ କରିବେ। 

ସୂଚନାନୁଯାୟୀ, ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ  ଚୁକ୍ତି ହୋଇଥିଲା। ଚାଷୀମାନଙ୍କର ଆର୍ଥିକ ଅଭିବୃଦ୍ଧି, ମହିଳା ସଶକ୍ତିକରଣ ଓ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣକୁ ତ୍ଵରାନ୍ଵିତ କରିବା ପାଇଁ ରାଜ୍ୟ କୃଷି ବିଭାଗ ଓ ମେଲିଣ୍ଡା ଫାଉଣ୍ଡେସନ ମଧ୍ୟରେ ଏକ ଏମଓୟୁ ସ୍ଵାକ୍ଷର ହୋଇଥିଲା। ରାଜ୍ୟରେ କ୍ଷୁଦ୍ର ଚାଷୀମାନଙ୍କର ଜୀବନ ଧାରଣର ମାନବୃଦ୍ଧି ଏବଂ ଉନ୍ନତ କୃଷି ପ୍ରଣାଳୀ ମାଧ୍ୟମରେ ଉତ୍ପାଦନ ବୃଦ୍ଧିରେ ଏହି ଚୁକ୍ତିନାମା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ବୁଝାମଣା ଅନୁଯାୟୀ, ଫାଉଣ୍ଡେସନ ପକ୍ଷରୁ ସମସ୍ତ କୃଷି ପ୍ରକ୍ରିୟାକୁ ଡିଜିଟାଲାଇଜେସନ୍ କରିବା ସହିତ କୃଷକମାନଙ୍କୁ ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.