ଲଣ୍ଡନ, ୧୧/୦୯: ଜି-୨୦ ଶିଖର ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଅଣଦେଖା କରାଯାଇଥିବା ନେଇ ବ୍ରିଟିଶ ମିଡିଆ ଅଭିଯୋଗ କରିଛି । ଦି ଗାର୍ଡିୟାନ୍ ଲେଖିଥିବା ଆର୍ଟିକିଲର ଶୀର୍ଷକ ରହିଛି, ‘ଋଷି କିଏ ?’ ଆର୍ଟିକିଲ୍ ଅନୁସାରେ ନିଜକୁ ଭାରତର ଜ୍ବାଇଁ ବୋଲି କହୁଥିବା ଋଷି ସୁନକଙ୍କୁ ସେଠାରେ (ଭାରତରେ) ଗୁରୁତ୍ବ ମିଳିଲା ନାହିଁ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଋଷି ସୁନକ ସାକ୍ଷାତ କଲେ । ହେଲେ ସେ ଯେମିତି ଭାବିଥିଲେ ସେମିତି ତାଙ୍କୁ ଗୁରୁତ୍ବ ଦେଲା ନାହିଁ ଭାରତ ବୋଲି ଉଲ୍ଲେଖ କରିଛି ଦି ଗାର୍ଡିୟାନ୍ । ତେବେ ଜି-୨୦ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଭଲ ଭାବେ ହୋଇଥିବା ନେଇ ସୁନକ କହିଥିଲେ ।
ମହମ୍ମଦ ବିନ୍ ସଲମାନଙ୍କ ନିଆରା ଲଭ ଷ୍ଟୋରୀ, ପତ୍ନୀଙ୍କୁ ଭୟ କରନ୍ତି ସାଉଦି କ୍ରାଉନ୍ ପ୍ରିନ୍ସ
ବ୍ରିଟିଶ୍ ଖବର କାଗଜ ଅନୁସାରେ, ୧୦ ଡାଉନିଂ ଷ୍ଟ୍ରିଟ୍ ଯେତିକି ଚିନ୍ତା କରିଥିଲା ଋଷି ସୁନକଙ୍କୁ ସେତେଟା ଗୁରୁତ୍ବ ମିଳିନାହିଁ । ଭାରତ ଏବଂ ବ୍ରିଟେନ ବିଶ୍ବର ପଞ୍ଚମ ଏବଂ ଷଷ୍ଠ ଅର୍ଥବ୍ୟବସ୍ଥା । ଦୁଇ ଦେଶର ଶୀର୍ଷ ନେତାଙ୍କ ସାକ୍ଷାତ ଗୋଟିଏ ଦିନ ପୂର୍ବରୁ ହେବାର ଥିଲା । ହେଲେ ଏହି କାର୍ଯ୍ୟସୂଚୀକୁ ରଦ୍ଦ କରି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ ସାକ୍ଷାତ କରିଥିଲେ ମୋଦୀ । ଶେଷରେ ଜ-୨୦ ସମ୍ମିଳନୀ ସ୍ଥଳରେ ହିଁ ମୋଦୀଙ୍କୁ ସାକ୍ଷାତ କରିପାରିଥିଲେ ସୁନକ ।
ଖବର କାଗଜରେ ଆହୁରି ଲେଖଯାଇଛି ଯେ, ଏହା ସତ୍ତ୍ବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକୁ ଭଲ ବୋଲି ସୁନକ କହିଛନ୍ତି । ଏହା ସହ ବ୍ୟବସାୟିକ ବୁଝାମଣା ଉପରେ ମୋହର ଲାଗିବ ବୋଲି ସେ ବିଶ୍ବାସ କରୁଛନ୍ତି । ଅନ୍ୟପଟେ ଜି-୨୦ ଅବସରରେ ଦିଲ୍ଲୀରେ ଲାଗିଥିବା ବିଭିନ୍ନ କଟକଣାକୁ ବି ବ୍ରିଟିଶ ମିଡିଆ ବିରୋଧ କରିଛି । ଦି ଗାର୍ଡିୟାନ୍ ଅନୁସାରେ, କେବଳ ପ୍ରଧାନମନ୍ତ୍ରୀ ମୋଦୀ ସୁନକଙ୍କୁ ଗୁରୁତ୍ବ ଦେଇନଥିଲେ ତାହା ନୁହେଁ ବରଂ ଏକ ବିଜନେସ୍ ଏକ୍ଜକ୍ୟୁଟିଭ୍ ଟିମ୍ ବି ସୁନକଙ୍କ ସହ ସାକ୍ଷାତ କରିନଥିଲେ । ଆଉ ଏଥିପାଇଁ ଦିଲ୍ଲୀରେ ଲାଗିଥିବା ବିଭିନ୍ନ କଟକଣାକୁ ଦାୟୀ କରିଛି ବ୍ରିଟେନର ଏହି ଖବର କାଗଜ । ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ନିଜ ପସନ୍ଦର ରେଷ୍ଟୁରାଣ୍ଟକୁ ବି ଖାଇବାକୁ ଯାଇପାରିଲେ ନାହିଁ ବୋଲି ଦି ଗାର୍ଡିୟାନ୍ ଅଭିଯୋଗ କରିଛି ।
You can also read: ଖାଲି ହିନ୍ଦୁତ୍ୱ ନୁହେଁ, ହିନ୍ଦୀ ଭାଷାକୁ ବି ଖୁବ ଭଲ ପାଆନ୍ତି ସୁନକ ; ପିଲାଙ୍କୁ ବି ଶିଖାଇଛନ୍ତି ଭାରତର ରାଷ୍ଟ୍ରଭାଷା