ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୭ ଦିନ ମଧ୍ୟରେ ଦେଶରେ ଲାଗୁ ହେବ CAA, ଦିଦିଙ୍କ ଗଡ଼ରେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଦାବି

କୋଲକାତା, ୨୯/୦୧: ନାଗରିକତା ସଂଶୋଧନ ଅଧିନିୟମ (CAA)କୁ ନେଇ ବଡ଼ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର । ସେ କହିଛନ୍ତି, ଗୋଟିଏ ସପ୍ତାହ ମଧ୍ୟରେ ସିଏଏ ଦେଶରେ ଲାଗୁ କରି ଦିଆଯିବ । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାର କାକଦ୍ୱୀପରେ ଆୟୋଜିତ କାର୍ଯ୍ୟକ୍ରମରେ ଏକଥା କହିଛନ୍ତି ଶାନ୍ତନୁ ଠାକୁର । ମଞ୍ଚ ଉପରେ କହିଛନ୍ତି, ଗ୍ୟାରେଣ୍ଟି ଦେଉଛି, କେବଳ ପଶ୍ଚିମବଙ୍ଗ ନୁହେଁ ସାରା ଦେଶରେ ୭ ଦିନରେ ସିଏଏ ଆଇନ୍ ଲାଗୁ କରି ଦିଆଯିବ ।

ସିଏଏକୁ ନେଇ ଶାନ୍ତନୁ ଗତବର୍ଷ ଡିସେମ୍ବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣକୁ ମନେ ପକାଇଥିଲେ । ଯେଉଁଥିରେ ଅମିତ ଶାହ ନାଗରିକତା ସଂଶୋଧନ ଅଧିନିୟମକୁ ଦେଶର ଆଇନ୍ କହିବା ସହ ଏହା ଲାଗୁ ହେବାକୁ କେହି ରୋକି ପାରିବେନି ବୋଲି କହିଥିଲେ । 

CAA କଣ ?

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଏହି ଆଇନ୍ ଆଣିଛି । ସିଏଏ ପ୍ରକାରେ, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତ ଆସିଥିବା ଅଣ ମୁସଲିମ୍ (ହିନ୍ଦୁ, ଶିଖ୍, ଜୈନ୍, ବୌଦ୍ଧ, ପାର୍ସୀ ଓ ଈସାଈ) ଶରଣାର୍ଥୀଙ୍କୁ ନାଗରିକତା ଦିଆଯିବ । 

ସଂସଦରେ ଏହି ଆଇନ୍ ୨୦୧୯ରେ ପାରିତ ହୋଇଥିଲା । ସଂସଦରେ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରୀ ଲାଗି ପଠା ଯାଇଥିଲା । ସିଏଏକୁ ନେଇ ଦେଶର ବିଭିନ୍ନ ରାଜ୍ୟ ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିରୋଧ କରାଯାଇଥିଲା । ଦିଲ୍ଲୀର ଶାହନିବାଗରେ ମାସ ମାସ ଧରି ସିଏଏକୁ ବିରୋଧ କରି ଚାଲିଥିଲା ଆନ୍ଦୋଳନ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସରକାର ୨୦୨୦ରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିଥିଲେ । ସିଏଏ ବିରୋଧରେ ପ୍ରଥମ ରାଜ୍ୟ ଭାବେ ପ୍ରସ୍ତାବ ପାରିତ କରିଥିଲା ପଶ୍ଚିମବଙ୍ଗ । ସେତେବେଳେ ମମତା କହିଥିଲେ, ରାଜ୍ୟରେ ସିଏଏ, ଏନପିଆର ଓ ଏନଆରସି ଲାଗୁ ହେବାକୁ ଦେବୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.