ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସିଏମ୍‌-ସ୍ରିମ ଯୋଜନା ଆବେଦନ ଅବଧି ମାସେ ବୃଦ୍ଧି, ୧ରୁ ୩ କୋଟି ଯାଏ ଋଣ ଉପରେ ମିଳିବ ୨୫% ରିହାତି

ଭୁବନେଶ୍ୱର,୦୪/୦୨: ରାଜ୍ୟ ସରକାର ବିନିର୍ମାଣ କ୍ଷେତ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ  ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁଡିକୁ ଉତ୍ସାହିତ କରିବା ଲାଗି ଚିଫ୍‌ ମିନିଷ୍ଟର୍ସ ସ୍କିମ୍‌  ଫର୍‌ ରିମ୍ବର୍ସମେଣ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌ଏସ୍‌ଏମ୍‌ଇ (ସିଏମ୍‌-ସ୍ରିମ) ଯୋଜନା ଆରମ୍ଭ  କରିଛନ୍ତି । ଏହି ଯୋଜନାର ଲାଭ ନେବାକୁ ଆବେଦନ ସୀମାକୁ  ଚଳିତ ମାସ ୨୯ ଯାଏ ବୃଦ୍ଧି କରିଛନ୍ତି । ଏ ନେଇ ଆବେଦନର  ଶେଷ ସୀମା ଜାନୁଆରି ୩୧ ରହିଥିଲା।  

ଏମ୍‌ଏସ୍‌ଏମ୍‌ଇ ବିଭାଗ ସୂଚନା ମୁତାବକ,  ଗାଇଡଲାଇନରେ କିଛିଟା ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଚାଉଳ, ଡାଲି,  ଅଟା ଏବଂ କାଠ ମିଲ୍‌ ସହ ବାଦାମ ପ୍ରକ୍ରିୟାକରଣ ୟୁନିଟ, ପ୍ରିଣ୍ଟି ଓ ପବ୍ଲିସିଂ, ମଞ୍ଜି  ପ୍ରକ୍ରିୟାକରଣ ଏବଂ ଉଡ୍‌ ପ୍ଲାଣ୍ଟ ଗୁଡିକ ଏହି ଯୋଜନାର ଲାଭ ନେଇପାରିବେ ।  ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା, ଗ୍ରାମୀଣ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ ଏବଂ  ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ ଅଧିନରେ ହିତାଧିକାରି ସିସି,ଇପିସି ଆକାଉଣ୍ଟ  ନିଜ ନାମରେ ଥିଲେ ଏହି ଯୋଜନା ଅଧିନରେ ଫାଇଦା ଫାଇବେ । 

ଏମ୍‌ଏସ୍‌ଏମ୍‌ଇଗୁଡିକୁ ୪ଟି ବର୍ଗରେ ଆର୍ôଥକ ପ୍ରୋତ୍ସାହନ  ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । ୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ  ଉତ୍ପାଦନ ଆରମ୍ଭ କରିଥିବା ୟୁନିଟ ଗୁଡିକ ଏଥିଲାଗି ଯୋଗ୍ୟ  ବିବେଚିତ ହେବେ । ଏଥିରେ ୧୦ ଲକ୍ଷ ଟଙ୍କା ଯାଏ ଋଣ ଉପରେ  ଶତ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି । ସେହିଭଳି ୫୦ ଲକ୍ଷରୁ ୧ କୋଟି ଟଙ୍କାର  ଋଣ ନେଇ କାମ ଆରମ୍ଭ କରିଥିବା ଏମ୍‌ଏସ୍‌ଏମ୍‌ଇ ୭୫% ଏବଂ ୧ କୋଟିରୁ ୩ କୋଟି  ଯାଏ ଋଣ ଉପରେ ୨୫% ଯାଏ ଅର୍ଥ ଫେରସ୍ତ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.