ମୁମ୍ୱାଇ : ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋଣଙ୍କର ଫିଲ୍ମ ଫାଇଟର ଗୁରୁବାର ( ୨୫ ଜାନୁଆରୀ)ରେ ସିନେମା ହଲ୍ରେ ରିଲିଜ ହୋଇଛି। ପ୍ରଥମ ଥର ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋଣଙ୍କ ହଟ୍ କେମେଷ୍ଟ୍ରୀ ସ୍କ୍ରିନ୍ରେ ଦେଖିବାକୁ ମିଳିଛି। ଟ୍ରେଲରକୁ ଜବରଦସ୍ତ ରେସ୍ପନ୍ସ ପରେ ଫିଲ୍ମକୁ କ୍ରିଟିକ୍ସ ଭଲ ରିଭ୍ୟୁ ଦେଇଛନ୍ତି। ହେଲେ ଓପନିଂ ଡେ ଆଶାନୁରୂପ ହୋଇନାହିଁ। କୁହାଯାଉଛି କି , ସାଧାରଣତନ୍ତ୍ର ଦିବସର ଛୁଟିର ଫିଲ୍ମକୁ ଫାଇଦା ମିଳିବ। ପୁଣି ୱିକେଣ୍ଡରେ ମଧ୍ୟ ଫିଲ୍ମର ଆୟର ପରିମାଣ ବଢିବ। ରିଲିଜ୍ ପୂର୍ବରୁ ସେନ୍ସର ବୋର୍ଡ କିଛି କଟ୍ସ ଲଗେଇବାକୁ ନିର୍ଦ୍ଦେଶ ଦେଇଥିଲା।
ଫିଲ୍ମରୁ ଗୀତ ଇସ୍କ ଜୈସା କୁଚ୍ଛ ଓ ଦିଲ୍ ଜା ରହା ହୈ ହଟେଇ ଦିଆଯାଇଛି , କିନ୍ତୁ ବିଦେଶରେ ଯେଉଁ ଭର୍ସନ ରିଲିଜ ହୋଇଛି , ଏଥିରେ ଗୀତ ରଖାଯାଇଛି। ସୋସିଆଲ ମିଡ଼ିଆରେ ହଟେଇ ଦିଆ ଯାଇଥିବା ଗୀତ ଭାଇରାଲ ହୋଇଛି। ଏଥିରେ ଦୀପିକା ଓ ହ୍ରିତିକ୍ ମଧ୍ୟରେ କେମେଷ୍ଟ୍ରୀ ଦେଖିବା ଭଳି ହୋଇଛି।
ଅନେକ ୟୁଜର୍ସ କହିଛନ୍ତି କି, ଗୀତ ଦିଲ୍ ଜା ରହା ହୈ ଅଧିକ ଭଲ ହୋଇଛି ଏବଂ ମେକରଙ୍କୁ ଏହାକୁ ପୂର୍ବରୁ ରିଲିଜ୍ କରି ଦେବାର ଥିଲା। ଜଣେ ୟୁଜର ଭିଡ଼ିଓ ସହ ଲେଖିଛନ୍ତି , ଫାଇଟର ଦୀପିକା ପାଦୁକୋଣ ଓ ହ୍ରିତିକ୍ ରୋଶନ ଉଭୟ ସ୍କ୍ରିନ୍ରେ ଜବରଦସ୍ତ ଦେଖାଯାଉଛନ୍ତି । ପୂରା ପଇସା ଆଦାୟ ଭଳି। କମେଣ୍ଟ ସେକ୍ସନରେ ଅନ୍ୟ ଜଣେ ଲେଖିଛନ୍ତି ,ସେ ଫିଲ୍ମ ଦେଖିବାକୁ ଗଲେ , କିନ୍ତୁ ଏହି ଗୀତ ତାଙ୍କୁ ଦେଖିବାକୁ ମିଳି ନଥିଲା। ଅନେକ ଡାଇରେକ୍ଟର ସିଦ୍ଧାର୍ଥ ଆନନ୍ଦଙ୍କୁ ଏହି ଗୀତକୁ ରିଲିଜ୍ କରିବାକୁ ଦାବି କରିଛନ୍ତି।
ପ୍ରଶଂସକଙ୍କ ଆଶା ଯେ , ଫିଲ୍ମଟି ଓଟିଟି ଭର୍ସନରେ ଏହାକୁ ରିଲିଜ କରାଯିବ। ବକ୍ସ ଅଫିସ କଲେକ୍ସନର କଥା ଯଦି କହିବା ତ ପ୍ରଥମ ଦିନ ୨୨ କୋଟିର ଆୟ କରିଛି। ଅନୁମାନ କରାଯାଉଛି କି, ଦ୍ୱିତୀୟ ଦିନ ଫିଲ୍ମଟି ୩୫ କୋଟି ଯାଏ ଆୟ କରିପାରେ। ଫାଇଟରର ଅନ୍ୟ କଳାକାରଙ୍କ ମଧ୍ୟରେ ଅନିଲ କପୁର , କରଣ ସିଂହ ଗ୍ରୋଭର ଓ ଅକ୍ଷୟ ଓବରୟ ଅଛନ୍ତି।