ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

୫-ଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ, କଠିନ ପରିଶ୍ରମ କରି ଲକ୍ଷ୍ୟ ହାସଲ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

ଭୁବନେଶ୍ବର,୪।୨ : ୫-ଟି  ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ରବିବାର ପୁରୀ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ଛାତ୍ରଛାତ୍ରୀ ଓ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।

ସେ ପୁରୀର ଆୟୋଜିତ ହେଉଥିବା ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ  ଦେଇ ପୁରୀ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଯୁବକମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କର ଏକାଡେମିକ୍ ସଫଳତା ସହିତ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶରେ ସାହାଯ୍ୟ କରିବା ପାଇଁ  ଏହା ଏକ ପ୍ଲାଟଫର୍ମ ବୋଲି କହିଥିଲେ। ଜୀବନରେ ସଫଳତା ହାସଲ କରିବା ପାଇଁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରମାନଙ୍କୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।  କଲେଜ ରୂପାନ୍ତରଣ କାର୍ଯ୍ୟକ୍ରମ ଆଗାମୀ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ସୂଚନା ଦେଇଥିଲେ।ଉଚ୍ଚ ଲକ୍ଷ୍ୟ ରଖିବାକୁ  ଛାତ୍ରଛାତ୍ରୀ ମାନଙ୍କୁ  କହିବା ସହ  ପୁରୀ ଜିଲ୍ଲାର କିଛି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ।ସେ କହିଛନ୍ତି ଯେ ପୁରୀ ଜିଲ୍ଲାରୁ ଏତେ ସବୁ ପ୍ରତିଭାବାନ ବ୍ୟକ୍ତି ବାହାରିଛନ୍ତି,ଯେଉଁମାନେ ସମସ୍ତେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଟନ୍ତି। କଠିନ ପରିଶ୍ରମ ଏବଂ ନିଷ୍ଠା ହେତୁ ସେମାନେ ସଫଳତା ହାସଲ କରିଛନ୍ତି | ସେ ଛାତ୍ରଛାଚ୍ରୀମାନଙ୍କୁ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। 

ଶ୍ରୀ ପାଣ୍ଡିଆନ୍ ପୁରୀ ଜିଲ୍ଲାର ୬୫୦  ଶଯ୍ୟା ବିଶିଷ୍ଟ  ହସପିଟାଲର ଅଗ୍ରଗତିର ସମୀକ୍ଷା କରିଥିଲେ। ସମୟସୀମା ଅନୁଯାୟୀ କାର୍ଯ୍ୟ ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୧୦ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟର ସମୀକ୍ଷା କରିଥିଲେ।ପୁରୀ ଲୋକନାଥ ମନ୍ଦିର, କାକଟପୁର ମା’ ମଙ୍ଗଳା ମନ୍ଦିର, ବ୍ରହ୍ମଗିରି ଅଲାରା ନାଥ, ସିରୁଲି ମହାବୀର ମନ୍ଦିର, ବାଲିହରିଚଣ୍ଡିମନ୍ଦିର, ସୋମନଥା ମନ୍ଦିର ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ।  ମେଗା ପିଡବ୍ଲୁଏସ୍, ସଡ଼କ,  ସେତୁ, ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ ।ସେ ପୁରୀର ତାଲାବଣିଆର ଭୁଦାନ ପଡିବରେ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ଗ୍ରହଣ କରିଥିଲେ।

ଆହୁରି ପଢନ୍ତୁ : ୫-ଟି ଅଧ୍ୟକ୍ଷଙ୍କ ଗଜପତି ଓ ଢେଙ୍କାନାଳ ଗସ୍ତ : ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.