ଚେନ୍ନାଇ, ୦୩/୧୧: ଆଜିର ଦିନରେ ଲଭ୍ ମ୍ୟାରେଜ୍ ଏକ ଫ୍ୟାସନ କହିଲେ ଚଳେ । ପରିବାରର କଟକଣା ଓ ବିରୋଧର ନାଲି ଆଖିକୁ ଖାତିର୍ ନକରି ଅନେକ ଭଲ ପାଇ ବାହା ହେଉଛନ୍ତି । ତାମିଲନାଡ଼ୁରେ ଏଭଳି ବିବାହ କରିଥିବା ନବ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ତାହା ବି ବାହାଘରର ମାତ୍ର ୩ ଦିନ ପରେ ।
ପୋଲିସ ଦେଇଥିବା ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନବ ଦମ୍ପତିଙ୍କ ଘରେ ୫ ଜଣ ଜୋର ଜବରଦସ୍ତି ପଶିଥିଲେ । ଘରେ ଭିତରେ ହିଁ ୨ ଜଣଙ୍କୁ ହତ୍ୟା କରାଯାଇଛି । ୨୪ ବର୍ଷୀୟ ମାରି ସେଲଭମ୍ ଓ ୨୦ ବର୍ଷୀୟ କାର୍ଥିକା ବିଗତ ୨ ବର୍ଷ ହେଲା ସମ୍ପର୍କରେ ଥିଲେ ।
ବାରଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଲଜ୍ଜା, ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଉଲଗ୍ନ କରି ଅସଦାରଣ ଅଭିଯୋଗ
ଅକ୍ଟୋବର ୩୧ରେ ଉଭୟ ପରିବାରର ଇଚ୍ଛା ବିରୋଧରେ ବିବାହ କରିଥିଲେ । ବିବାହ ପରେ ମୁରୁଗେସନ ନଗରରେ ରହୁଥିଲେ ଉଭୟ । ନବଦମ୍ପତିଙ୍କୁ ହତ୍ୟା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି, ଏହି ହତ୍ୟାକାଣ୍ଡରେ ୬ ଜଣ ସମ୍ପୃକ୍ତ ଅଛନ୍ତି । ଅଭିଯୁକ୍ତମାନେ ୨ଟି ବାଇକରେ ଆସି ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ବେଳେ ଏସପି ଘଟଣାସ୍ଥଳରେ ପହଞ୍ଚି କ୍ରାଇମ୍ ସିନ୍ ଦେଖିଛନ୍ତି ।