ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୟଦେବ ନିର୍ବାଚନମଣ୍ଡଳୀରୁ କିଏ ହେବ ବିଜେଡି ପ୍ରାର୍ଥୀ ? ୩୩ ପଞ୍ଚାୟତ ନେତାଙ୍କୁ ଢାଲିଙ୍କ ପ୍ରଶ୍ନ, ‘ମୁଁ ଲଢ଼ିବି କି ନାହିଁ’

ବାଲିଅନ୍ତା/ବାଳକାଟି,୨୪/୦୨: ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡି ଆଶାୟୀ ତାଲିକା ଲମ୍ବିବାରେ ଲାଗିଛି । ବର୍ତ୍ତମାନ ବିଧାୟକ ଡ. ଅରବିନ୍ଦ ଢାଲି ଆଉ ଥରେ ଲଢ଼ିବାକୁ ବିଜେଡିରୁ ପ୍ରମୁଖ ଦାବିଦାର । ଏଥି ପାଇଁ ସେ ଅଞ୍ଚଳବାସୀଙ୍କ ସହଯୋଗ ଲୋଡିଛନ୍ତି । ଜୟଦେବ ନିର୍ବାଚନମଣ୍ଡଳୀର ୩୩ ପଞ୍ଚାୟତର ନେତାଙ୍କର ବୈଠକ ଡାକିଥିଲେ ଢାଲି । ଏହି ବୈଠକରେ ସେ କର୍ମକର୍ତ୍ତାଙ୍କୁ ପଚାରୁଛନ୍ତି ‘ମୁଁ ଲଢିବି କି ନାହିଁ’? ଅଧିକାଂଶ ନେତା ଡ. ଢାଲି ପୁଣି ଲଢ଼ିବା ନେଇ ମତ ଦେଉଥିବା ଭିଡିଓ ଏବେ ଜୟଦେବ ଅଞ୍ଚଳର ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । 

ଢାଲିଙ୍କ ଏହି ବୈଠକ ପରେ ତାଙ୍କ ବିରୋଧୀ ଶିବିର ବେଶ ଚଳଚଞ୍ଚଳ ହୋଇ ପଡିଛନ୍ତି । ଯେମିତି ହେଲେ ତାଙ୍କୁ ପୁଣି ବିଧାୟକ ହେବାରୁ ରୋକିବାକୁ ଅଣ୍ଟା ଭିଡିଛନ୍ତି । ଜୟଦେବରୁ ବିଜେଡିରୁ ଲଢିବା ନେଇ ଆଶାୟୀ ତାଲିକାରେ ପୂର୍ବତନ ବିଧାୟକ ତଥା ଏବେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ନବକିଶୋର ମଲ୍ଲିକ, ନବୀନ ନିବାସ କର୍ମଚାରୀ ଅକ୍ଷୟ ବେହେରା, ଚଳଚ୍ଚିତ୍ର ନିର୍ମାତା ତଥା ସମାଜସେବୀ ସତ୍ୟପ୍ର୍ରିୟ ବେହେରା, ମଙ୍ଗରାଜ ବେହେରା, ନାରୀ ନେତ୍ରୀ ସୌଭାଗ୍ୟଲକ୍ଷ୍ମୀ ଶୁଭଦର୍ଶିନୀଙ୍କ ନାମ ଚର୍ଚ୍ଚାରେ ରହିଛି । ଏତିକିରେ ଅଟକିନି ତାଲିକା । ଜୟଦେବ ଅଞ୍ଚଳରେ ଜମି କିଣି ରହୁଥିବାରୁ ତଥା ଅନୁସୂଚିତ ଜାତିର ହୋଇଥିବାରୁ ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ନାମ ବି କିଛି ବିଜେଡି ନେତା କହୁଛନ୍ତି । 

ଅପରପକ୍ଷେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜେପି ଏଠାରେ ଲଢିବାକୁ ଚେଷ୍ଟା କରୁଛି । ବିଜେପିର ଆଶାୟୀ ତାଲିକାରେ ସ୍ଥାନୀୟ ବିଜେପି ନେତା ବସନ୍ତ ନାଏକ, ଜଗନ୍ନାଥ ବେହେରା, ମାଗୁଣି ସେଠୀ, ଶିବ ମଲ୍ଲିକ ଓ ରାଘବ ସେଠୀଙ୍କ ନାମ ଚର୍ଚ୍ଚାରେ ରହିଛି । 

୨୦୧୯ ନିର୍ବାଚନରେ ଆଦୌ ହାତ ଚିହ୍ନ ନଥିବା କଂଗ୍ରେସ ଦଳ ଏଥର ନିହାତି ଭାବେ ଲଢିବ ବୋଲି ଅଙ୍କ କଷୁଛି । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭା ସାଂସଦ ଲଢାଇ ଦଳ ଅନ୍ୟ ସମସ୍ତ ନିର୍ବାଚନମଣ୍ଡଳୀରୁ ଭୋଟ୍‌ ଟାଣିବାକୁ ଉଦ୍ୟମ କରିବ ବୋଲି କୁହାଯାଉଛି । କଂଗ୍ରେସର ଆଶାୟୀ ତାଲିକାରେ ବେଣୁ ଭୋଇ, ଜୟନ୍ତ ଭୋଇ, ଆର୍ତ୍ତତ୍ରାଣ କାଣ୍ଡି, କେଶବ ବେହେରା, ଯୁବନେତା ତାପସ ସେଠୀ, ଶଂକୁନା କହଁର ପ୍ରମୁଖ ‘ପ୍ରଗମନ୍‌’ ଆପ୍‌ରେ ଆବେଦନ କରିଥିବା ସୂଚନା ମିଳିଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.