ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଆପଣଙ୍କ ଫୋନରେ ସରକାରଙ୍କ ଏମର୍ଜେନ୍ସି ଆଲର୍ଟ ଆସିଛି କି ? ଏଥିପାଇଁ ପଠାଯାଇଛି ମେସେଜ୍‌

ନୂଆଦିଲ୍ଲୀ : ଆଜି ଦ୍ୱିପ୍ରହରରେ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍‌ ୟୁଜରଙ୍କୁ ହଠାତ୍‌ ତାଙ୍କର ସ୍ମାର୍ଟ ଫୋନରେ ଗୁରୁତର ଜରୁରୀକାଳିନ ଚେତାବନୀ ଫ୍ଲାସ୍ ସହ ମେସେଜ୍‌ ଆସିଥିଲା ,ଯେଉଁଥି ପାଇଁ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ୟୁଜର୍ସ ଏହି ମେସେଜର ଲକ୍ଷ୍ୟ ବୁଝିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ମେସେଜରେ ସ୍ପଷ୍ଟ ଲେଖାଯାଇଛି କି ଏହା ସରକାରଙ୍କ ପକ୍ଷରୁ କରାଯାଇ ଥିବା ଟେଷ୍ଟିଂ। ସରକାର ଜରୁରୀ ସ୍ଥିତିରେ ୟୁଜରଙ୍କୁ ଆଲର୍ଟ କରିବା ପାଇଁ ଏହି ଫିଚରକୁ ଆଗାମୀ ଦିନରେ ବ୍ୟବହାର କରିପାରେ। ଏଥିପାଇଁ ଏହାକୁ ଟେଷ୍ଟ କରୁଛି। 

ଏବେ ହ୍ୱାଟ୍ସଆପ୍‌ରେ ଆସିବ ଆକର୍ଷଣୀୟ ଫିଚର , ଟେଲିଗ୍ରାମ୍ ଓ ସିଗନାଲ ଆପ୍ସର ମେସେଜ୍‌ ବି ପାଇ ପାରିବେ ୟୁଜର !

ଦିଲ୍ଲୀ ଏନସିଆର ଓ ଅନ୍ୟ ଅଞ୍ଚଳରେ ଶୁକ୍ରବାର ଦ୍ୱିପ୍ରହର ୧୨.୩୦ସମୟରେ ପାଖାପାଖି ଅନେକ ସ୍ମାର୍ଟଫୋନ ୟୁଜରଙ୍କୁ ତାଙ୍କର ଫୋନ ସ୍କ୍ରିନରେ ପ୍ରଥମେ ଇଂରାଜୀ ଓ ପରେ  ହିନ୍ଦୀରେ Emergency alert : Severର ଚେତାବନୀ ସହ ଏକ ମେସେଜ ଦେଖାଗଲା। ଏହିପରି ମେସେଜ ଭୂକମ୍ପ ବା ବନ୍ୟା ଭଳି ଗୁରୁତର ବିପତ୍ତି ଓ ଅନ୍ୟ ଜରୁରୀ ସ୍ଥିତିରେ ଚେତାବନୀ ଦେବାପାଇଁ ପଠାଯାଏ , କିନ୍ତୁ ଏହିଥର ଏମିତି ହୋଇ ନାହିଁ। ୟୁଜରଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ସରକାର କେବଳ ଟେଷ୍ଟିଂ ଭାବେ ଏହି ମେସେଜ ପଠାଇଛନ୍ତି । 


ଜରୁରୀକାଳିନ ମେସେଜରେ କଣ ଲେଖା ଥିଲା ?

Emergency alert : Sever ଟାଇଟଲ ସହ ଆସିଥିବା ମେସେଜରେ ଲେଖାଥିଲା , ଏହା ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ସେଲ୍‌ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇ ଥିବା ଏକ ନମୂନା ପରୀକ୍ଷଣ ବାର୍ତ୍ତା। ଦୟାକରି ଏହି ବାର୍ତ୍ତାକୁ ଧ୍ୟାନ ଦିଅନ୍ତୁ ନାହିଁ , କାରଣ ଏହା ଉପରେ ଆପଣଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ଯକତା ନାହିଁ। ଏହି ବାର୍ତ୍ତା ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ଦ୍ୱାରା କାର୍ଯ୍ୟାନ୍ୱିତ କରାଯାଇ ଥିବା ଅଖିଳ ଭାରତୀୟ ବିପର୍ଯ୍ୟୟ ଆଲର୍ଟ ସିଷ୍ଟମକୁ ଯାଞ୍ଚ କରିବା ନେଇ ପଠାଯାଇଛି। ଏହି ସିଷ୍ଟମର ଉଦ୍ଦେଶ୍ୟ ସାର୍ବଜନିକ ସୁରକ୍ଷା ବଢାଇବା ଓ ବିପର୍ଯ୍ୟୟ ସ୍ଥିତି ବେଳେ ସଠିକ ସମୟରେ ଆଲର୍ଟ ପ୍ରଦାନ କରିବା । 

emergency service
Government of India

Copyright © 2022 - Summa Real Media Private Limited. All Rights Reserved.