ଯାଜପୁର ଟାଉନ, ୧୬/୧୧ : ଭିଜିଲାନ୍ସ ଜାଲରେ ସ୍କୁଲ କିରାଣୀ। ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ। ଯାଜପୁର ଜିଲ୍ଲା କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଛି।
ସୂଚନା ଅନୁଯାୟୀ, ଅବସରପ୍ରାପ୍ତ ନିରଞ୍ଜନ ରାୟଙ୍କ ପେନସନ୍ କାଗଜପତ୍ର କାମ କରାଇ ଦେବା ପାଇଁ କିରାଣି ମହେଶ୍ୱର ସାମଲ ୭ ହଜାର ଟଙ୍କା ମାଗିଥିଲେ। ଏନେଇ ନିରଞ୍ଜନ ଗତକାଲି ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଗୁରୁବାର ନିରଞ୍ଜନ କିରାଣି ମହେଶ୍ୱରଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l ମହେଶ୍ଵରଙ୍କୁ ଗିରଫ କରି ଭିଜିଲାନ୍ସ ଖୋଳତାଡ଼ କରୁଛି।