ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଭିନୟ ଦୁନିଆରେ ପାଦ ଥାପିବେ ଗୁରୁ ରନ୍ଧାୱା, ସାଈ ମଞ୍ଜରେକରଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

ନୂଆଦିଲ୍ଲୀ ୦୧/୦୨: କୁଛ୍‌ ଖଟ୍ଟା ହୋ ଜାୟେ’ରେ ଲିଡ୍‌ ଲେଡି ଭାବେ ନଜର ଆସିବେ ଅଭିନେତ୍ରୀ ସାଈ ମଞ୍ଜରେକର । ଏହି ଫିଲ୍ମ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା । ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଅନୁପମ ଖେର । ନିର୍ମାତା ଗତ ସୋମବାର ଫିଲ୍ମର ନୂଆ ପୋଷ୍ଟର୍‌ ଜାରି କରି ଏହାର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜି ଅଶୋକ । ଫିଲ୍ମର ପୋଷ୍ଟର୍‌ ଓ ଟିଜର୍‌କୁ ନେଇ ସାଈ ଖୁବ୍‌ ଉତ୍ସାହିତ ଅଛନ୍ତି । ଏକ ମଜାଦାର ଓ ସୁନ୍ଦର ଯାତ୍ରାରେ ସାମିଲ ହେବାକୁ ସେ ଫ୍ୟାନ୍‌ଙ୍କୁ ଆମନ୍ତ୍ରଣ କରିଛନ୍ତି ।




ଇନ୍‌ଷ୍ଟାଗ୍ରାମରେ ଗୁରୁ ରନ୍ଧାୱା ଫିଲ୍ମର ପୋଷ୍ଟର ଶେୟାର କରି ଲେଖିଛନ୍ତି ‘ପ୍ରେମ, ହସ ଓ ସର୍‌ପ୍ରାଇଜ୍‌ ଅପେକ୍ଷା କରିଛି! ଫିଲ୍ମ ‘କୁଛ୍‌ ଖଟ୍ଟା ହୋ ଜାୟେ’ରେ ସିର୍‌ଫିରା ମଜ୍‌ନୁ ଓ ସୁନ୍ଦରୀ ଲୈଲାଙ୍କର ଅଭୁଲା ଯାତ୍ରାରେ ଯୋଡ଼ି ହୁଅନ୍ତୁ ।’ ଆଜି ଅର୍ଥାତ୍‌ ମଙ୍ଗଳବାର ଫିଲ୍ମର ଟିଜର୍‌ ଜାରି ହେବ ବୋଲି ଗୁରୁ ଉଲ୍ଲେଖ କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୬ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ନିକଟରେ ନିର୍ମାତା ଫିଲ୍ମର ମଜାଦାର ଗୀତ ‘ବୋଟ୍‌ଲି ଖୋଲୋ’ ଜାରି କରିଥିଲେ, ଯାହା ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଥିଲା । ଗୀତକୁ ଗୁରୁ ନିଜେ ଗାଇଛନ୍ତି । ମିତ୍‌ ବ୍ରଦର୍ସ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆକ୍ସନ୍‌ ଡ୍ରାମା ‘ଦବଙ୍ଗ-୩’ରେ ସଲମାନ ଖାନ୍‌ଙ୍କ ଅପୋଜିଟ୍‌ରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ସାଈ ପାନ୍‌-ଇଣ୍ଡିଆ ଫିଲ୍ମ ‘ମେଜର୍‌’ରେ ଆଦିଭି ଶେଷଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.