ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଲୋକଙ୍କ କଥା ଶୁଣି ଆପଣ ନିଜକୁ ଖରାପ ଭାବି ନିଅନ୍ତି କି ? ଜାଣନ୍ତୁ କେମିତି ଏହାକୁ କରିବେ ଅଣଦେଖା

Published By : Prameya | January 27, 2024 10:53 PM

ନୂଆଦିଲ୍ଲୀ : ଲୋକପ୍ରିୟ ହେବାକୁ ଚାହିଁବା କୌଣସି ଅଜବ କଥା ନୁହେଁ। ଆମେ ସବୁ ଚାହାନ୍ତି କି ଲୋକେ ଆମକୁ ପସନ୍ଦ କରନ୍ତୁ ଏବଂ ଆମର ସମ୍ମାନ କରନ୍ତୁ। କିନ୍ତୁ ଏମିତି ଜରୁରୀ ନୁହେଁ କି ଆମ ବିଚାରରେ ଅନ୍ୟ ଲୋକେ ସର୍ବଦା ସହମତି ପ୍ରକାଶ କରନ୍ତୁ ଏବଂ ଆମର କଥା ମାନନ୍ତୁ। ସେଥିପାଇଁ ଅଲଗା ଅଲଗା ଲୋକଙ୍କର ଅଲଗା ଅଲଗା ପ୍ରକାରର ଭାବ ବିଚାର ହୋଇଥାଏ। କିନ୍ତୁ କିଛି ଲୋକଙ୍କୁ ଏହି ବିଚାରଶୀଳ ମତଭେଦ ଅସହ୍ୟ କରିଦିଏ ଏବଂ ତାଙ୍କୁ ଅନୁଭବ ହୋଇଥାଏ କି, ଲୋକେ ତାଙ୍କୁ ପସନ୍ଦ କରନ୍ତି ନାହିଁ। ଏମିତି ଲୋକ ସ୍ୱଭାବରେ ଅତି ସମ୍ୱେଦନଶୀଳ ଏବଂ ଅନ୍ୟର କଥାକୁ ଖୁବ୍‌ ଶୀଘ୍ର ବ୍ୟକ୍ତିଗତ ଭାବେ ଗ୍ରହଣ କରି ନିଅନ୍ତି। ଯଦି ଆପଣ ଏମିତି ବି ଅନୁଭବ କରନ୍ତି ଏବଂ କଥା କଥାରେ ଆହତ ଅନୁଭବ କରନ୍ତି ତ ଏହି ଅଭ୍ୟାସ ଆପଣଙ୍କର ମାନସିକ ସ୍ୱାସ୍ଥ୍ୟକୁ ଖୁବ୍‌ କ୍ଷତି କରିଥାଏ। ଏଥିରେ ଜରୁରୀ କି କାହାର କଥାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତୁ ନାହିଁ। ଏଥିପାଇଁ ନିଜ ମନକୁ ଲଗାମ ଲଗାନ୍ତୁ , ଏଇଥି ପାଇଁ କି ଆପଣଙ୍କ ସଂପର୍କ କୌଣସି ବେକାର କଥା ଯୋଗୁଁ ଖରାପ ହୋଇ ନଯାଉ।  

ବୁଝାମଣା ଠିକ୍‌ ରଖନ୍ତୁ -

କାହା ସହ ଲଢେଇ ବା ଯୁକ୍ତିତର୍କ ହେବାରେ ଆମେ ନିଜ ମନରେ ଏକ କାଳ୍ପନିକ ଛାପ ତିଆରି କରିଦେଉ। ଯେଉଁଥିରେ ସାମନା ଲୋକର କଥା ମାନସିକ କଷ୍ଟ ଦେଇଥାଏ। କିନ୍ତୁ ଆମେ ନିଜ ପକ୍ଷରୁ ଅଣଦେଖା କରି ଦେଇ ଥାଉ। ଆମ ବିଚାର ଏକ ତରଫା ହୋଇଯାଏ। କିନ୍ତୁ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ଦ୍ୱାରା ଏମିତି ସ୍ଥିତି ଆସିବାରେ ରୋକା ଯାଇ ପାରିବ। ଏଥିପାଇଁ କୌଣସି ବି ମତଭେଦ ହେବାରେ କଥାବାର୍ତ୍ତା ବନ୍ଦ କରିବା ପରିବର୍ତ୍ତେ ପରସ୍ପରର ଭୁଲକୁ ବୁଝନ୍ତୁ। 

ନିଜ ଉପରେ ବିଶ୍ୱାସ କରନ୍ତୁ -

ଏକଲାପଣ ବା ଆତ୍ମସମ୍ମାନର ଅଭାବ ବ୍ୟକ୍ତିକୁ ଚିଡିଚିଡା କରିଦିଏ। ଏହି ଛୋଟ ଛୋଟ କଥା ଉପରେ ବିରକ୍ତି ଭାବ ଆସେ। ଏହିପରି ଭାବ ବ୍ୟକ୍ତି ଭିତରେ ଅସୁରକ୍ଷାର ଭାବନା ଭରି ଦେଇଥାଏ ଏବଂ ତାକୁ ଲାଗିଥାଏ ତି ସାରା ଦୁନିଆ ତା ବିପକ୍ଷରେ। ଫଳସ୍ୱରୂପ ସେ ପ୍ରତି ଛୋଟ ଛୋଟ କଥାରେ ଆହତ ଅନୁଭବ କରନ୍ତି । ଆପଣଙ୍କ ସହ ଏମିତି ନହେଉ, ଏଥିପାଇଁ ନିଜ ଉପରେ ବିଶ୍ୱାସ କରିବା ଶିଖନ୍ତୁ ଏବଂ କୌଣସି ବି କଥା ଉପରେ ତୁରନ୍ତ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ସାମନା ଲୋକର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। 

ଡାଏରୀ ଲେଖନ୍ତୁ -

ବିଭିନ୍ନ ଅନୁଧ୍ୟାନରେ ଏହି କଥା ସ୍ପଷ୍ଟ ହୋଇଛି କି ଡାଏରୀ ଲେଖିବାରେ କେବଳ ମାନସିକ ଅବସାଦ ଦୂର ହୋଇ ନଥାଏ , ନିଜ ଜୀବନକୁ ବି ଭଲ ଭାବେ ଅନୁଶୀଳନ କରି ପାରିବେ। ଏଥିପାଇଁ ନିୟମିତ ଭାବେ ଡାଏରୀ ଲେଖିବାର ଅଭ୍ୟାସ କରନ୍ତୁ ,ଆପଣ ଏହା ବୁଝି ପାରିବେ କି କେଉଁ ଲୋକ ବା କେଉଁ ପ୍ରକାରର ପରିବେଶରେ ଆପଣ ନିଜକୁ ଅସହଜ ମନେକରୁଛନ୍ତି। ଯେବେ ଆପଣ ନିଜର ଲେଖାକୁ ଆଉ ଥରେ ପଢିବେ ତ ଆପଣଙ୍କୁ ବୁଝା ପଡ଼ିବ କି କେଉଁ କଥା ଉପରେ ଆପଣଙ୍କର ଦୃଷ୍ଟିକୋଣ ଠିକ୍‌ ଥିଲା ବା କେଉଁ କଥାକୁ ଆପଣ ଅଧିକ ଗୁରୁତ୍ୱ ଦେଇଥିଲେ। 

କ୍ଷମାଶୀଳ ହୁଅନ୍ତୁ –

କେବେ କେବେ କାହାର ବ୍ୟବହାର ବା କିଛି କଥା କିଏ କହି ଦେଲେ ଆମେ ଏମିତି ହୋଇ ଯାଉ କି, ସେହି କଥାକୁ ମନରେ ଗଣ୍ଠି ପକାଇ ରଖିଥାଉ। କିନ୍ତୁ ଏମିତି କରିବାରେ ଆମେ ଜୀବନର ଭଲ ଅନୁଭବର ଆନନ୍ଦ ମଧ୍ୟ ନେଇ ପାରି ନଥାଉ, କାରଣ ଆମର ସାରା ଧ୍ୟାନ ସେହି ଖରାପ ଅନୁଭବ ଉପରେ ହିଁ କେନ୍ଦ୍ରିତ ରହିଥାଏ। ଲୋକଙ୍କୁ କ୍ଷମା କରିବା ଶିଖନ୍ତୁ। ଦେଖିବେ ଜୀବନ ସୁମଧୁର ହୋଇ ଉଠିବ। ସଂପର୍କ ମଧୁମୟ ହୋଇଯିବ। ହୋଇପାରେ ପ୍ରାରମ୍ଭରେ ଏହା କଠିନ ଲାଗିପାରେ , ହେଲେ ଥରେ କ୍ଷମା କରିବାର ଅଭ୍ୟାସ ହୋଇଗଲେ ସଂପର୍କ ସୁଦୃଢ ହୋଇଯାଏ।  

ପରାମର୍ଶ ନିଅନ୍ତୁ –

କେବେ କେବେ ଅବସାଦ ଏତେ ହୋଇଥାଏ କି, କୌଣସି ପରାମର୍ଶରେ କୌଣସି ଲାଭ ଦେଖିବାକୁ ମିଳି ନଥାଏ। ଏଥିରେ କୌଣସି କାଉନ୍ସଲର ବା ପେଶାଦାରଙ୍କ ଠାରୁ ନିଆଯାଇ ଥିବା ପରାମର୍ଶ ଖୁବ୍‌ ସାହାଯ୍ୟକାରୀ ସାବ୍ୟସ୍ତ ହୋଇପାରେ। ପ୍ରକୃତ କଥା ହେଲା ଅନେକ ସମୟରେ ଏମିତି ସମସ୍ୟା ଉପୁଜିଥାଏ, ଯାହାକୁ ନିଜେ ନିର୍ଣ୍ଣୟ ନେବା ସହଜ ହୋଇ ନଥାଏ। ଏଥିରେ କାଉନ୍ସଲର ନିରପେକ୍ଷ ଭାବେ ପରାମର୍ଶ ଦେଇ ପାରିବେ।  

ଏହାକୁ ବି ଆପଣାନ୍ତୁ – 

୧-ଯେଉଁ ଲୋକ ଜାଣିଶୁଣି ଆପଣଙ୍କୁ ଉସୁକାନ୍ତି, ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ।

୨- ଯେଉଁଠି ସମ୍ମାନ ମିଳେ ନାହିଁ , ସେଠାକୁ ନଯିବା ଶ୍ରେୟସ୍କର।

୩- ନିଜ ସୀମାକୁ ସ୍ପଷ୍ଟ ନିର୍ଦ୍ଧାରଣ କରନ୍ତୁ ଏବଂ ଏହାକୁ ପାଳନ କରନ୍ତୁ ।

୪-ଯଦି କୌଣସି କଥାରେ ଆପଣ ଅସହଜ ଅନୁଭବ କରୁଛନ୍ତି ତି ନିଜର ଧ୍ୟାନ ଆଉ କୌଣସି ସ୍ଥାନରେ ଲଗେଇବାକୁ ପ୍ରୟାସ କରନ୍ତୁ ।

୫-ନିଜକୁ ଖୁବ୍‌ ଭଲ ପାଆନ୍ତୁ ଏବଂ ନିଜ ଉପରେ ପୂରା ଭରସା କରନ୍ତୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.