ମୁମ୍ବାଇ ୨୫/୦୯: ଅଭିନେତା ହ୍ରିତିକ ରୋଶନ ଏବଂ ପତ୍ନୀ ସୁଜୈନ ଖାନଙ୍କ ମଧ୍ୟରେ ୩୧ ଅକ୍ଟୋବର ୨୦୧୪ ରେ ଛାଡପତ୍ର ହୋଇଥିଲା। ସୁଜୈନଙ୍କୁ ଛାଡପତ୍ର ଦେବା ପରେ ହ୍ରିତିକ ସବା ଆଜାଦଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ଉଭୟ ପ୍ରାୟତଃ ସୋସିଆଲ ମିଡିଆରେ ରୋମାଣ୍ଟିକ ଫଟୋ ସେୟାର କରନ୍ତି। ବର୍ତ୍ତମାନ ଏହି ସମୟରେ ସବା ଆଜାଦ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।
ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଛନ୍ତି। ସବା ଏହି ପୋଷ୍ଟରେ ଲେଖିଛନ୍ତି, ‘ଆପଣଙ୍କର ଗାଇନାକ୍ କିଏ’? ଏହି ଫଟୋ ସେୟାର କରି ଲେଖିଛନ୍ତି, 'ବର୍ତ୍ତମାନ କେବଳ ଏହି ପ୍ରଶ୍ନ ମୋ ମନରେ ଘୁରି ବୁଲୁଛି।’ ସବାଙ୍କ ଏହି ପୋଷ୍ଟକୁ ଦେଖି ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି। କେବଳ ଏତିକି ନୁହେଁ, ହ୍ରିତିକଙ୍କ ଗର୍ଲଫ୍ରେଣ୍ଡ ସବା ଗର୍ଭବତୀ ଅଛନ୍ତି ବୋଲି କହୁଛନ୍ତି।
ସୋସିଆଲ ମିଡିଆ ୟୁଜର୍ସ ଏହି ପୋଷ୍ଟରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, “ସେ ଗର୍ଭବତୀ କି?” ଅନ୍ୟ ଜଣେ ହ୍ରିତିକ ରୋଶନ ଏବଂ ସୁଜୈନ ଖାନଙ୍କୁ ଟ୍ୟାଗ କରି ଲେଖିଛନ୍ତି, ଜୁନିଅର ହ୍ରିତିକ ଆସୁଛନ୍ତି କି? ତେବେ ଏପର୍ଯ୍ୟନ୍ତ ହ୍ରିତିକ ଏବଂ ସବାଙ୍କଠାରୁ କୌଣସି ବିବୃତ୍ତି ଆସିନାହିଁ।