ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍କ୍ରାପ୍‌ରେ 'ଆଇଏନ୍‌ଏସ୍‌ ବିକ୍ରାନ୍ତ'ର ମଡେଲ୍ ନିର୍ମାଣ, ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଲାଗିଲା ବର୍ଷେ ସମୟ

ଛତ୍ରପୁର,୦୫/୧୨: ସ୍ଥାନୀୟ  ସରକାରୀ ଆଇଟିଆଇ ଛାତ୍ରଛାତ୍ରୀ  ଅଦରକାରୀ ଲୁହା ଓ ଅନ୍ୟ ସ୍କ୍ରାପ୍‌ ସାମଗ୍ରୀକୁ  ବ୍ୟବହାର କରି ଭାରତୀୟ ନୌସେନାର ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌  ବିକ୍ରାନ୍ତର ମଡେଲ୍‌ ପ୍ରସ୍ତୁତ କରିଛନ୍ତି । ସୋମବାର ଭାରତୀୟ ନୌସେନା ଦିବସ  ଅବସରରେ ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍‌ଘାଟନ  କରିଛନ୍ତି । ଏହାକୁ ନିର୍ମାଣ ଲାଗି ବର୍ଷେ  ସମୟ ଲାଗିଛି । 

ଏହି ମଡେଲ୍‌ର ଉଚ୍ଚତା  ୩୦ ଫୁଟ, ଓସାର ୧୦ ଫୁଟ ଓ ଲମ୍ବ ୭୦  ଫୁଟ । ପ୍ରଥମେ ଏହାର ନିର୍ମାଣ ପାଇଁ  ଡିଜାଇନ୍‌ କରାଯାଇଥିଲା । ପରେ ସ୍କ୍ରାପ୍‌,  ଆଇରନ୍‌ ଓ ପ୍ଲାଷ୍ଟିକ୍‌ ଫ୍ରେମ୍‌ କରାଯାଇଥିଲା । ତାହାକୁ ଗଛର ଅଂଶବିଶେଷ ଦ୍ୱାରା  ସଜାଯାଇଥିଲା । ଆଲୋକୀକରଣ ସହ ସୁସଜ୍ଜିତ କରାଯାଇଥିଲା । ଛତ୍ରପୁର  ସରକାରୀ ଆଇଟିଆଇ ଅଧ୍ୟକ୍ଷ  ପ୍ରିୟବ୍ରତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ତଥା  ପ୍ରଶିକ୍ଷକ ଲାବଣ୍ୟବତୀ ବେହେରା,  ନିରୁପମା ବାରିକଙ୍କ ପରିଚାଳନାରେ  ଛାତ୍ରଛାତ୍ରୀମାନେ ଏହି ମଡେଲ୍‌ ପ୍ରସ୍ତୁତ  କରିଛନ୍ତି । ପୂର୍ବରୁ ଏହି ଆଇଟିଆଇ ଛାତ୍ରଛାତ୍ରୀମାନେ ବିଜୁ ବାବୁଙ୍କ ଡାକୋଟା  ବିମାନ ସ୍କ୍ରାପ୍‌ରେ ପ୍ରସ୍ତୁତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.