ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେଆଇନ ଅଲ୍‌ଟ୍ରାସାଉଣ୍ଡ୍‌ କ୍ଲିନିକ୍‌ ଘଟଣା: ଥାନାରୁ ଖସାଇଦେବାକୁ କହି ୧୭ ଲକ୍ଷ ନେଇ ଦଲାଲ ପାର୍‌, ଡାକ୍ତରଙ୍କ ମା’ ଦେଲେ ଏତଲା

କଟକ, ୧୧/୦୨: କଟକ ଫ୍ରେଣ୍ଡ୍‌ସ୍‌ କଲୋନୀରେ  ବେଆଇନ ଲିଙ୍ଗ ନିରୂପଣ ଚାଲିଥିବା  ବେଳେ ଏକ ଅଲ୍‌ଟ୍ରାସାଉଣ୍ଡ୍‌ କ୍ଲିନିକ୍‌ ଠାବ  ହେବା ଏବଂ ସେଠାରୁ ଅଭିଯୁକ୍ତ ଡାକ୍ତର ସପତ୍ନୀକ ଗିରଫ ହେବା ଘଟଣାରେ  ନାଟକୀୟ ମୋଡ଼ ଆସିଛି । ଘଟଣାରେ  ଜଣେ ବ୍ୟକ୍ତି ନିଜକୁ ମଧ୍ୟସ୍ଥ କରି ଏସବୁ ମାମଲାକୁ ଥାନାରୁ ହିଁ ରଫାଦଫା  କରି ତୁଟାଇଦେବାକୁ କହି ଡାକ୍ତରଙ୍କ ପରିବାରଠାରୁ ପ୍ରାୟ ୧୭ ଲକ୍ଷ ଟଙ୍କା  ଠକି ନେଇଥିବା ମଙ୍ଗଳାବାଗ ଥାନାରେ  ଅଭିଯୋଗ ହୋଇଛି । ଜେଲ୍‌ ଯାଇଥିବା ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କ ମା’ ଏନେଇ ଏତଲା ଦେଇଛନ୍ତି । ପୁଲିସ ଅଭିଯୋଗ ପାଇ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାତ୍ର ଘଟଣା ପରଠୁ ଅଭିଯୁକ୍ତ ମଧ୍ୟସ୍ଥ ଜଣକ  ନିଜ ଫୋନ୍‌ ସୁଇଚ୍‌ଅଫ୍‌ କରି କଟକ ବାହାରକୁ ଚାଲିଯାଇଥିବା ଥାନା ପକ୍ଷରୁ  ସୂଚନା ଦିଆଯାଇଛି । 

ଶୁକ୍ରବାର ଡାକ୍ତର ଦାସଙ୍କ ଘରେ  ଅଚାନକ ଚଢ଼ଉ କରାଯିବା ପରେ  ଡାକ୍ତର, ତାଙ୍କ ପତ୍ନୀ ଓ ଅନ୍ୟ ତିନି  ଜଣ ପୁଲିସ ହାତରେ ଧରାପଡ଼ିଥିଲେ । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଧରିନେଇ ଥାନାରେ ଅଟକ ରଖିଥିଲା । ଏପରିକି ଡାକ୍ତରଙ୍କ ପତ୍ନୀ ବିସ୍ମିତା ଦାସ ଥାନାରେ ଅଟକ ରହିବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସେଠାରେ କନ୍ଦାକଟା କରିଥିଲେ । ଆଉ ଏହି ସମୟରେ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ହଠାତ୍‌ ଥାନାରେ ପହଞ୍ଚି ଡାକ୍ତରଙ୍କ ପକ୍ଷରୁ ବୁଝାଶୁଝା, ମାମଲତି କରିବା ଆରମ୍ଭ କରିଥିଲେ । କେତେବେଳେ ସେ ଡାକ୍ତରଙ୍କୁ ଆଣି ପାଣି ପିଇବାକୁ ଦେଉଥିଲେ ତ କେତେବେଳେ ଡାକ୍ତରଙ୍କ ପତ୍ନୀଙ୍କର ଗ୍ୟାସ୍‌ ହୋଇଯାଇଛି ବୋଲି  କହି ଔଷଧ ଆଣି ଦେଉଥିଲେ । ଏପରିକି ସେ ହିଁ ସେଠାରେ ଡାକ୍ତରଙ୍କ ପକ୍ଷରୁ ଯୁକ୍ତି ରଖିବାକୁ ଲାଗିଥିଲେ ।

ବିଭିନ୍ନ ସମୟରେ ସେ ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ସବୁକିଛି ଠିକ୍‌ ହୋଇଯିବ ବୋଲି ବୁଝାଉଥିଲେ । ହେଲେ ସନ୍ଧ୍ୟା ବେଳକୁ ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଗଲେ । ଏପରିକି ପୂର୍ବରୁ ଯାହା ଶୁଣିବାକୁ ମିଳୁଥିଲା ଯେ,  ପତ୍ନୀଙ୍କୁ ସେହିଠାରୁ ନୋଟିସ୍‌ ଦେଇ ପୁଲିସ ଛାଡ଼ିଦେବ ବୋଲି ତାହା  ବି ହେଲାନି । ସମସ୍ତ ଅଭିଯୁକ୍ତ ଜେଲ୍‌ ଯିବାର ୧୨ ଘଣ୍ଟା ପରେ ଆସିଲା  ଏକ ବଡ଼ ଅଭିଯୋଗ । ଡାକ୍ତରଙ୍କ ମା’ ଯଶୋଦା ଦାସ ଆସି ମଙ୍ଗଳାବାଗ  ଥାନାରେ ଅଭିଯୋଗ କରିଥିଲେ କି, ଶନିବାର ସେହି ବ୍ୟକ୍ତି ଜଣକ  ଆମ ପରିବାରରୁ ପ୍ରାୟ ୧୭ ଲକ୍ଷ ଟଙ୍କା ନେଇଥିଲା । ଥାନାରେ ମାମଲା  ପହଞ୍ଚିବା ପରେ ପୁଲିସ ଓ ଅନ୍ୟ ଅଫିସରମାନଙ୍କୁ ଲାଞ୍ଚ ଦେଇ ମାମଲା  ରଫାଦଫା କରି ଥାନାରୁ ସମସ୍ତଙ୍କୁ ଖସାଇଦେବ ବୋଲି କହି ସେ ଉକ୍ତ ଟଙ୍କା  ନେଇଥିଲା । ମାତ୍ର କିଛି କରିପାରିଲା ନାହିଁ । ଠକେଇର ଶିକାର ହୋଇଥିବା  ଜାଣି ପରିବାର ଲୋକେ ଏବେ ଫୋନ୍‌ କରିବାରୁ ସେ ଲୋକ ବିଭିନ୍ନ କଥା  କହି ଗାଳିଗୁଲଜ କରୁଛି, ଧମକଚମକ ଦେଉଛି । ଯଶୋଦାଙ୍କ ଏତଲା  ପାଇବା ପରେ ପୁଲିସ ଆଇପିସିର ଧାରା ୪୨୦ ଓ ୫୦୬ରେ ଏକ ମାମଲା  ରୁଜୁ କରି ତଦନ୍ତ ଜାରି ରଖିଛି । ମାତ୍ର ଅଭିଯୁକ୍ତକୁ ଥାନା ପକ୍ଷରୁ ଫୋନ୍‌  କରାଯିବାରୁ ସେ ଫୋନ୍‌ ବନ୍ଦ କରି କଟକରୁ କେଉଁଆଡ଼େ ପଳାଇଥିବା  ପୁଲିସ ଆଶଙ୍କା କରୁଛି ବୋଲି ଥାନା ଅଧିକାରୀ ଉମାକାନ୍ତ ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.