ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ଅନ୍ତରୀଣ ବଜେଟ : ଗ୍ରାମ ଓ ସହର ମଧ୍ୟରେ ବ୍ୟବଧାନ ଦୂର କରିବାକୁ ଗୁରୁତ୍ବ

ଭୁବନେଶ୍ୱର,୮/୨ : ରାଜ୍ୟ ସରକାର ଗୁରୁବାର ବିଧାନସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଷୋଡ଼ଶ ବିଧାନସଭାର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଆରୁଖ କହିଛନ୍ତି ଯେ, ଓଡ଼ିଶାର ସଡ଼କ ଯୋଗାଯୋଗ ଭିତ୍ତିଭୂମିର ସର୍ବୋତ୍ତମ ବିକାଶ ସହ, ସମସ୍ତ ଅଞ୍ଚଳର ସାମୁହିକ ବିକାଶ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧିନ ଆମ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଚେଷ୍ଟା । ୨୦୨୪-୨୫ଆର୍ଥକ ବର୍ଷରେ ସଡ଼କ, ସେତୁ, ବିମାନ ବନ୍ଦର ଓ ରେଳବାଇ ଅଧୀନରେ ୨୧ହଜାର ୪କୋଟି ଟଙ୍କା ପୁଞ୍ଜିନିବେଶର ପ୍ରସ୍ତାବ ରହିଛି, ଯାହା କି ଗତବର୍ଷ ତୁଳନାରେ ୨୫ପ୍ରତିଶତ ଅଧିକ । 

 ଗ୍ରାମ ଓ ସହର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଗ୍ରାମୀଣ ଯୋଗଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ସମ୍ପ୍ରତି କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ସଡ଼କ ଓ ସେତୁ ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ୮ହଜାର ୮ଶହ ୧୩କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି କ୍ଷେତ୍ରରେ ଆମେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’, ‘ବିଜୁ ସେତୁ ଯୋଜନା’ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ କାର୍ଯ୍ୟକାରୀ କରୁଛୁ । 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କଳ୍ପନା ପ୍ରସୂତ, ଲକ୍ଷ୍ମୀ ଯୋଜନା, ସହରାଞ୍ଚଳ ଏବଂ ଗ୍ରାମୀଣ ସମୁଦାୟଙ୍କୁ ନିରବଚ୍ଛିନ୍ନ ଭାବେ ସେମାନଙ୍କର ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଉତ୍ତମ ଯୋଗାଯୋଗ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସାର୍ବଜନୀନ ସରକାରୀ ପରିବହନ ସେବା ଉପଲବ୍ଧ କରାଇବା ସହିତ, ଲକ୍ଷ୍ମୀ ଯୋଜନା ଗ୍ରାମ ପଞ୍ଚାୟତ ଗୁଡ଼ିକୁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଏବଂ ରାଜ୍ୟ ରାଜଧାନୀ ସହ ସଂପୃକ୍ତ କରି ସାରା ରାଜ୍ୟରେ ବିଭିନ୍ନ ସାମଗ୍ରୀ ଓ ଯାତ୍ରୀମାନଙ୍କର ପରିବହନକୁ ସୁନିଶ୍ଚିତ କରାଉଛି । ରାଜ୍ୟ ସରକାର ୧ଶହ ୨୨ଟି ଉଚ୍ଚମାନର ବସକୁ ମିଶାଇ ୧ହଜାର ୭ଶହ ୪୫ଟି ବସ୍ ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୬୫୬କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ, ୨୦୨୪-୨୫ଆର୍ଥିକ ବର୍ଷ ଲାଗି ଆଉ ୧ହଜାର ୧ଶହ ୯୧କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ରାଜ୍ୟବାସୀଙ୍କ ସୁବିଧା ପାଇଁ ‘ଆମ ବସ୍ ଷ୍ଟାଣ୍ଡ’ ଯୋଜନାରେ ୨୦୨୩-୨୪ଆର୍ଥିକ ବର୍ଷରେ ବିଭିନ୍ନ ସ୍ଥାନରେ ୫୫ଟି ବସ୍‌ଷ୍ଟାଣ୍ଡର ଉନ୍ନତିକରଣ କରାଯାଇଥିବାବେଳେ ୨୦୨୪୨୫ଆର୍ଥକ ବର୍ଷରେ ୨୧୦କୋଟି ଟଙ୍କା ବ୍ୟୟରେ ୧୩୨ଟି ନୂତନ ଆମ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏହାଦ୍ବାରା ସାର୍ବଜନୀନ ପରିବହନ ବ୍ୟବସ୍ଥାର ଉପଯୋଗ କରୁଥିବା ସର୍ବସାଧାରଣଙ୍କ ନିମନ୍ତେ ଅନୁକୂଳ ପରିବୋ ଯୋଗାଇବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିପାରିଛି ।

୨୦୨୩ଏପ୍ରିଲ ପହିଲାରେ ଉତ୍କଳ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଭୁବନେଶ୍ବର ପାଇଁ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ୨୦୨୪ମସିହା ଜାନୁଆରୀ ପହିଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪-୨୫ଆର୍ଥିକ ବର୍ଷରେ ୧ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ବ୍ୟତୀତ ୨୦୨୪-୨୫ଆର୍ଥିକ ବର୍ଷରେ ରାଜ୍ୟରେ ରେଳ ପ୍ରକଳ୍ପ ଗୁଡ଼ିକର ବିକାଶ ଲାଗି ୭ଶହ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି ।

ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ଏହି କ୍ଷେତ୍ରରେ ଥିବା ସମ୍ଭାବନାର ଉନ୍ମୋଚନ ତଥା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମ ସରକାର ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି ୨୦୨୨ ନାମକ ଏକ ଉଚ୍ଚାଭିଳାଷୀ ନୀତିର ଶୁଭାରମ୍ଭ କରିଛନ୍ତି । ପୁରୀଠାରେ ଏକ ନୂତନ ବିମାନବନ୍ଦର ନିର୍ମାଣ, କୋରାପୁଟସ୍ଥିତ ଜୟପୁର ବିମାନବନ୍ଦର, କଳାହାଣ୍ଡିର ଉତ୍କେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡା, ମାଲକାନଗିରି ଏୟାରଷ୍ଟ୍ରିପର ମରାମତି ଓ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି । ଆମେ ୨୦୨୪-୨୫ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟବରାଦରେ ପରିବହନ ବିଭାଗ ପାଇଁ ୨ହଜାର ୯ଶହ ୯୮କୋଟି ଟଙ୍କା ପ୍ରସ୍ତାବ ଦେଇଛୁ, ଯାହାକି ୨୦୨୩-୨୪ବଜେଟ ତୁଳନାରେ ୧୫୨ପ୍ରତିଶତ ଅଧିକ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.