ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଢ଼ୁଛି ନିଟ୍‌-ୟୁଜି ପଞ୍ଜୀକରଣ ସଂଖ୍ୟା, ସରକାରୀ ସିଟ୍‌ ସଂରକ୍ଷଣ ଓ ମାଗଣା କୋଚିଂ ବଢ଼ାଉଛି ଉତ୍ସାହ

ଭୁବନେଶ୍ୱର, ୩୧।୧: ଡାକ୍ତରୀ ପଢ଼ିବାକୁ ଶିକ୍ଷାର୍ଥୀଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି । ନିଟ୍‌ ପଞ୍ଜୀକରଣ ବୃଦ୍ଧି ପାଉଛି । ଗତ ୨ ବର୍ଷର ତଥ୍ୟ ଅନୁସାରେ ୪୫ ପ୍ରତିଶତରୁ ଅଧିକ ଡାକ୍ତରୀ ପଢ଼ିବା ପାଇଁ ନିଟ୍‌ ପଞ୍ଜୀକରଣ କରୁଛନ୍ତି । ୨୦୧୯ ମସିହା ତୁଳନାରେ ୬୦ ପ୍ରତିଶତ ପଞ୍ଜୀକରଣ ବଢ଼ିଛି । କେବଳ ପଞ୍ଜୀକରଣ ବଢ଼ିନି, ନାମଲେଖା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ଡାକ୍ତରୀ ଓ ଇଞ୍ଜିନିୟରିଂରେ ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଶିକ୍ଷାର୍ଥୀଙ୍କୁ ଅଧିକ ଉତ୍ସାହିତ କରୁଛି । ପରୀକ୍ଷା କରୁଥିବା ସଂସ୍ଥା ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ତଥ୍ୟ ଅନୁଯାୟୀ, ଜାତୀୟସ୍ତରୀୟ ପିଲାଙ୍କ ସହ ସମକକ୍ଷ ହୋଇ ଶ୍ରେଷ୍ଠ ୧୦ ର‌୍ୟାଙ୍କରେ ଓଡ଼ିଶାର ପିଲା ରହୁଛନ୍ତି । ଏମିତି ଏକ ସମୟ ଥିଲା ଯେତେବେଳେ ଓଡ଼ିଶାରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଶିକ୍ଷାର୍ଥୀଙ୍କ ମଧ୍ୟରେ ଆଗ୍ରହ ରହୁଥିଲା । ସିଟ୍‌ ମିଳୁନଥିବାରୁ ଅଗ୍ରୀମ ଭାବେ ଘରୋଇ କଲେଜମାନଙ୍କରେ ସିଟ୍‌ ବୁକିଂ କରାଯାଉଥିଲା । ମାତ୍ର ଏବେ ସମୟ ବଦଳିଛି । ଅଧିକାଂଶ ପିଲା ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହୀ ହେଉଛନ୍ତି ।

ରାଜ୍ୟରେ କୋଚିଂସେଣ୍ଟର ମଧ୍ୟ ବୃଦ୍ଧି ପାଉଛି । ପିଲାଙ୍କ ଚାହିଦାକୁ ଦେଖି ରାଜ୍ୟ ସରକାର ଚଳିତ ବର୍ଷରୁ ନିଟ୍‌-ୟୁଜି କୋଚିଂ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଯୁକ୍ତ ୨ କଲେଜମାନଙ୍କରେ ମାଗଣା କୋଚିଂ ଦିଆଯାଉଛି । ଏକ୍ସପର୍ଟ ଶିକ୍ଷକଙ୍କୁ ପଢ଼ା ପାଇଁ ନିଯୁକ୍ତି ଦିଆଯାଇଛି । ଅନ୍‌ଲାଇନ୍‌ ମାଧ୍ୟମରେ ପଢ଼ାଯାଉଛି । ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖାଇବା ମାତ୍ରେ କୋଚିଂ ଆରମ୍ଭ ହେଉଛି । ରାଜ୍ୟ ସରକାର ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଖୋଲିଛନ୍ତି । ନୂଆ ମେଡିକାଲ୍‌ କଲେଜ ସ୍ଥାପନ ହେଉଛି । ଏସବୁ ପଦକ୍ଷେପ ଶିକ୍ଷାର୍ଥୀଙ୍କ ମଧ୍ୟରେ ଅଧିକ ପଢ଼ିବା ପାଇଁ ଅଧିକ ଉତ୍ସାହ ସୃଷ୍ଟି କରୁଛି । 

ଏନ୍‌ଟିଏର ତଥ୍ୟ ଅନୁଯାୟୀ, ୨୦୧୯ରେ ରାଜ୍ୟରେ ୩୫ହଜାର ୯୩ ଜଣ ନିଟ୍‌ ୟୁଜି ପରୀକ୍ଷା (ଡାକ୍ତରୀ ପଢ଼ିବା ଶିକ୍ଷା) ପାଇଁ ପଞ୍ଜୀକରଣ କରିଥିଲେ । ୨୦୨୩ ବେଳକୁ ଏହା ୫୭ହଜାର ୯୨କୁ ବୃଦ୍ଧି ପାଇଥିଲା । କହିବାକୁ ଗଲେ ୨୦୧୯ ତୁଳନାରେ ୬୫ ପ୍ରତିଶତରୁ ଅଧିକ ପିଲା ଡାକ୍ତରୀ ପଢ଼ିବା ପାଇଁ ଇଚ୍ଛୁକ ହୋଇ ନିଟ୍‌ ପଞ୍ଜୀକରଣ କରିଛନ୍ତି । ୨୦୧୯ ମସିହାରେ ପରୀକ୍ଷା ଦେଇଥିବା ୩୨ହଜାର ୩୭୮ଜଣଙ୍କ ମଧ୍ୟରୁ ୧୯ହଜାର ୨୪୪ଜଣ କୃତକାର୍ଯ୍ୟ ହୋଇଥିଲେ । ୨୦୨୩ରେ ପରୀକ୍ଷା ଦେଇଥିବା ୫୫ହଜାର ୮୬୬ ଜଣ ପିଲାଙ୍କ ମଧ୍ୟରୁ ୨୮୩୩୦ ପିଲା କୃତକାର୍ଯ୍ୟ ହୋଇଥିଲେ । କେବଳ ଯେ କୃତକାର୍ଯ୍ୟ ହୋଇଛନ୍ତି ତାହା ନୁହେଁ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୫୦ ପିଲାଙ୍କ ମଧ୍ୟରେ ର‌୍ୟାଙ୍କ ପାଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.